Latest Odisha News

BREAKING NEWS

ଅନ୍ତର୍ଜାତୀୟ ସୂଚନା ଅଧିକାର ଦିବସ; କେବେଠୁ ହେଉଛି ପାଳିତ, ଜାଣନ୍ତୁ

ଭୁବନେଶ୍ୱର: ୟୁନେସ୍କୋ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୮ରେ ‘ଅନ୍ତର୍ଜାତୀୟ ସୂଚନା ଅଧିକାର’ ଦିବସ ପାଳନ କରାଯାଏ। ଏହାକୁ ଇଣ୍ଟରନ୍ୟାସନାଲ୍ ‘ରାଇଟ୍ ଟୁ ନୋ ଡେ’ ଓ ‘ଆକ୍‌ସେସ୍ ଟୁ ଇନ୍‌ଫର୍‌ମେସନ୍ ଡେ’ ମଧ୍ୟ କୁହାଯାଏ ।

ଜାଣନ୍ତୁ, କେବେଠୁ ହେଉଛି ପାଳିତ

ସମଗ୍ର ବିଶ୍ୱରେ ସର୍ବ ପ୍ରଥମେ ୧୭୬୬ରେ ସ୍ୱିଡେନ୍ ନାଗରିକଙ୍କୁ ସୂଚନା ଅଧିକାର ଦିଆଯାଇଥିଲା । ବହୁ ବର୍ଷ ପର୍ଯ୍ୟନ୍ତ ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକାର ନାଗରିକମାନେ ଏହି ଅଧିକାରରୁ ବଞ୍ଚିତ ହୋଇଥିଲେ । ୧୯୯୦ ମସିହାରେ ୧୩ଟି ଦେଶ ଏହାକୁ ସ୍ୱୀକୃତି ଦେଇଥିଲେ । ଭାରତରେ ୨୦୦୫ରେ ସୂଚନା ଅଧିକାର ଆଇନ ଲାଗୁ କରାଯାଇଥିଲା । ବର୍ତ୍ତମାନ ସମୟରେ ୧୦୦ରୁ ଊର୍ଦ୍ଧ୍ୱ ଦେଶର ନାଗରିକ ଏହି ଅଧିକାର ଅନ୍ତର୍ଭୁକ୍ତ ହୋଇପାରିଛନ୍ତି ।

ସମ୍ପ୍ରତି ୧୭ଟି ଆଫ୍ରିକୀୟ ୟୁନିୟନର ସଦସ୍ୟ ରାଷ୍ଟ୍ର ସୂଚନା ଆଇନ ଉପରେ ଜାତୀୟ ଅଧିକାର ଗ୍ରହଣ କରିଛନ୍ତି । ଏହାଛଡ଼ା ସୂଚନା ଅଧିକାରର ସ୍ୱୀକୃତି ଜାତୀୟ ସ୍ତରର ସମସ୍ତ ହିତାଧୀକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ଯୋଗାଇବ ବୋଲି ଆଶା କରାଯାଉଛି ।

ସୂଚନା ଅନୁଯାୟୀ ଭାରତର ସାମାଜିକ କର୍ମୀ ନବୀନ ଅଗ୍ରୱାଲ୍ ଏହି ଦିନକୁ ପାଳନ କରିବା ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରସ୍ତାବ ଆଧାରରେ ୨୦୧୫ ମସିହା ନଭେମ୍ବରରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା ଏବଂ ପ୍ରଥମେ ୨୮ ସେପ୍ଟେମ୍ବର ୨୦୧୬ରେ ଏହି ଦିବସ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

ସେବେଠାରୁ ଭାରତରେ ମଧ୍ୟ ସେପ୍ଟେମ୍ବର ୨୮ ଦିନକୁ ‘ସୂଚନା ଅଧିକାର ଦିବସ’ ଭାବେ ପାଳନ କରାଯାଉଛି ।

 

Leave A Reply

Your email address will not be published.