Latest Odisha News

BREAKING NEWS

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’

ଭୁବନେଶ୍ୱର : ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ । ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି ।

ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ପାଳନ କରାଯାଉଛି। ୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା ।

ଅନ୍ୟପକ୍ଷରେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ସମର୍ଥନ ଦେବା ଓ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆହୁରି ମଧ୍ୟ ଜନ୍ମଗତ ହେଉ କିମ୍ବା ଦୁର୍ଘଟଣା ଜନିତ ହେଉ ଦିବ୍ୟାଙ୍ଗମାନଙ୍କୁ ସାମାଜିକ ନ୍ୟାୟ ଓ ସମାନତା ପ୍ରଦାନ ସହ ସେମାନଙ୍କର ବିକାଶ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଦିବ୍ୟାଙ୍ଗଙ୍କ ସୁରକ୍ଷା ପାଇଁ ସରକାର ଅନେକ ଗୁଡିଏ ଆଇନ ପ୍ରଣୟନ କରିଛନ୍ତି, ଯାହା ‘ଦ ରାଇଟ୍ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲିଟି ବିଲ୍’ ନାମରେ ନାମିତ ।

ଉଲ୍ଲେଖଯୋଗ୍ୟ ୨୦୦୧ ମସିହା ଜନଗଣନା ଅନୁଯାୟୀ ଆମ ଦେଶରେ ଭିନ୍ନକ୍ଷମଙ୍କ ସଂଖ୍ୟା ଥିଲା ୨.୧କୋଟି । ସେମାନଙ୍କ ମଧ୍ୟରୁ ୧.୨୬ କୋଟି ପୁରୁଷ ରହିଥିବାବେଳେ ୯୩ ଲକ୍ଷ ମହିଳା ଥିଲେ । ୨୦୧୧ ସର୍ବେକ୍ଷଣ ଅନୁସାରେ ସେମାନଙ୍କ ସଂଖ୍ୟା ୨.୬୮ କୋଟି ରହିଥିଲା ।

Leave A Reply

Your email address will not be published.