Latest Odisha News

BREAKING NEWS

ମାଲକାନଗିରିରେ ମୋଷ୍ଟ୍ ୱାଣ୍ଟେଡ୍ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ଏବେ ସିପିଆଇ (ମାଓବାଦୀ)ଙ୍କ ପକ୍ଷରୁ ପିଏଲଜିଏ ସପ୍ତାହ ଚାଲିଥିବା ବେଳେ ଜଣେ ମହିଳା ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଇଡ଼େ ମାଦି ନାମ୍ନୀ ମହିଳା ହାର୍ଡ଼କୋର୍ ମାଓବାଦୀ ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଗତ ୪ ବର୍ଷଧରି ସେ ପଦିଆ ଦଳମରେ ଜଣେ ସକ୍ରୀୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେ ମାଲକାନଗିରିରେ ଘଟିଥିବା ଅନେକ ହିଂସାକାଣ୍ଡରେ ସଂଶ୍ଳିଷ୍ଟ ରହିଥିବା ସହିତ ତାଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଥିଲା ।

Leave A Reply

Your email address will not be published.