ନୂଆଦିଲ୍ଳୀ: ଜୁଲାଇ ୧୫ ଯାଏଁ ସ୍ଥଗିତ ହେଲା ଅନ୍ତର୍ଜାତୀୟ ବିମାନ ସେବା । କରୋନା ସଂକ୍ରମତଣ ବୃଦ୍ଧିକୁ ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଥା ଡିଜିସିଏ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ତର୍ଜାତୀୟ କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା ସ୍ୱତନ୍ତ୍ର ଭାବରେ ଅନୁମୋଦିତ ବିମାନଗୁଡିକ ପାଇଁ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ।
ମାର୍ଚ୍ଚ ଶେଷରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକଡାଉନ କରାଯିବ ସହ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ମେ ୨୫ରେ ପୁଣିଥରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଗତ ସପ୍ତାହରେ କହିଥିଲେ ଯେ, ଯଦି କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା କମ ହୁଏ ଏବଂ ଏହାକୁ ନିୟନ୍ତ୍ରଣ କରିବାରେ ଭାରତ ସରକାର ସକ୍ଷମ ହୁଅନ୍ତି ତେବେ ଜୁଲାଇରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ । କିନ୍ତୁ ବର୍ତ୍ତମାନର ସ୍ଥିତି ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଜୁଲାଇ ୧୫ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡାଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।
Comments are closed.