Latest Odisha News

ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା

ଦିଲ୍ଲୀ: ଓମିକ୍ରନ ସଂକ୍ରମଣ ଭୟ । ଜାନୁଆରୀ ୩୧ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା । ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ନେଇ ଥିବା କଟକଣା ଅବଧିକୁ ୨୦୨୨ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି ଡ଼ିଜିସିଏ । ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ନିଆଯାଇଛି । ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ କିଛି ସିଡ଼୍ୟୁଲ ଅନ୍ତର୍ଜାତୀୟ ବିମାନ ଚାଲିପାରିବ । ଅନ୍ତର୍ଜାତୀୟ ମାଲ୍ ପରିବହନକାରୀ ବିମାନ କ୍ଷେତ୍ରରେ କଟକଣା ଲାଗୁ ଲାଗୁ ନାହିଁ ।

କରୋନା ପାଇଁ ଦୀର୍ଘ ମାସ ହେବ ବିମାନ ସେବା ଉପରେ ରୋକ୍ ଲଗାଇଥିଲେ ସରକାର । ସଂକ୍ରମଣ ଧୀରେ ଧୀରେ କମିବା ପରେ ଧୀରେ ଧୀରେ ବିମାନ ସେବା ସ୍ୱାଭାବିକ ହୋଉଥିଲା । ଡ଼ିସେମ୍ବର ୧୫ରୁ ରେଗୁଲାର ଅନ୍ତର୍ଜାତୀୟ ବିମାନ ଚଳାଚଳ ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ ଚଳାଚଳ ସ୍ୱାଭାବିକ କରିବା ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି ।

Comments are closed.