Latest Odisha News

BREAKING NEWS

ଦେଶରୁ ଆଜି ୩୭ ହଜାର କରୋନା ପଜିଟିଭ୍, ୧୦% ବଢ଼ିଲା ଦୈନିକ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରଛି ଲମ୍ବା ଲମ୍ଫ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ହଜାର ୩୭୯ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୩ହଜାରରୁ ଅଧିକ । ଅର୍ଥାତ୍ ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ସଂକ୍ରମଣ ୧୦ ପ୍ରତିଶତ ବଢ଼ିଛି । ଦେଶରେ ପଜିଟିଭ୍ ହାର ରହିଛି ୩.୨୪ ପ୍ରତିଶତ ।

ମହାରାଷ୍ଟ୍ରରୁ ସର୍ବାଧିକ ୧୨, ୧୬୦, ପଶ୍ଚିମବଙ୍ଗରୁ ୬୦୭୮, ଦିଲ୍ଲୀରୁ ୪୦୯୯, କେରଳରୁ ୨୫୬୦ ଓ ତାମିଲନାଡୁରୁ ଚିହ୍ନଟ ହୋଇଛନ୍ତି ଆଉ ୧୭୨୮ ନୂଆ ଆକ୍ରାନ୍ତ । ବାକି ବାକି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି ।

୨୪ ଘଣ୍ଟାରେ କରୋନା ନେଇଛି ଆଉ ୧୨୪ ସଂକ୍ରମିତଙ୍କ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୨ହଜାର ୧୭କୁ ବଢ଼ିଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୧୧ହଜାର ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଦେଶରେ ୧ଲକ୍ଷ ୭୧ହଜାର ୮୩୦ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

ଗତ ସପ୍ତାହେ ଭିତରେ ଦେଶରେ ଦୈନିକ ସଂକ୍ରମଣ ୬ହଜାରରୁ ବଢ଼ି ୪୦ ହଜାର ମୁହାଁ ହେଲାଣି । ବିଶେଷଜ୍ଞ ଆକଳନ କରୁଛନ୍ତି ମାସେ ଭିତରେ ଦେଶରେ ସଂକ୍ରମଣ ପିକ୍ ଛୁଇଁବ ।

Leave A Reply

Your email address will not be published.