Latest Odisha News

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଲିକ୍, ଚିନ୍ତାରେ ନାସା

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ଧରି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ସାମାନ୍ୟ ଲିକ୍ ହେଉଛି ଓ  ଅତି କମରେ ୫୦ଟି ସ୍ଥାନ ଲିକେଜ ଥିବାର ସୂଚନା ମିଳିଛି।

ନାସାର ଏକ ରିପୋର୍ଟ ଲିକ୍ ହେବାପରେ ଏନେଇ ଜଣାପଡିଛି।ଯେଉଁଥିରେ ଆଇଏସ୍ଏସ୍ ପ୍ରତି ବିପଦ ଥିବା ଉଲ୍ଲେଖ ରହିଛି। ଏହା ସହ ସୁନୀତା ୱିଲିୟମ୍ସଙ୍କ ସମେତ ଅନ୍ୟ ମହାକାଶଚାରୀଙ୍କ ଜୀବନ ମଧ୍ୟ ବିପଦରେ ଥିବାର ଜଣାପଡିଛି। ଋଷ ମଧ୍ୟ କିଛି ମାଇକ୍ରୋ ଭାଇବ୍ରେସନ ନେଇ ଦାବି କରିଛି। ତେବେ ଏହାର ଜବାବରେ ନାସା କହିଛି ଯେ ମହାକାଶ ଷ୍ଟେସନରୁ ବହୁ ପରିମାଣର ଗ୍ୟାସ ବାହାରୁଛି ଏବଂ ସେଠାରେ ଥିବା  ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଚାଲିଛି।

ତେବେ ସୂଚନା ଅନୁଯାୟୀ ସ୍ପେସ୍ ଷ୍ଟେସନରେ ଉପସ୍ଥିତ ଥିବା ୟାବେଜ୍ଦା ମଡ୍ୟୁଲରୁ ପ୍ରଥମେ ଲିକେଜ୍ ଆରମ୍ଭ ହୋଇଥିଲା। ତେବେ  ଏହା ଡକିଂ ବନ୍ଦର ପର୍ଯ୍ୟନ୍ତ ଯାଉଥିବା ଏକ ଟନେଲ୍ ଅଟେ ଏବଂ ଏହାର ନିୟନ୍ତ୍ରଣ ଋଷ କରିଥାଏ। ତେବେ ଲିକ ହେବାର କାରଣ ସମ୍ପର୍କରେ ନାସା ଏବଂ ଋଷର ଏଜେନ୍ସି ରସକୋମୋସ ମଧ୍ୟରେ କୌଣସି ସହମତି ହୋଇପାରିନାହିଁ।

ନାସାର ମହାକାଶଚାରୀ ବବ କାବାନା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଲିକ୍ ହେବାକୁ ନେଇ କହିଛନ୍ତି ଯେ ଲିକେଜ୍ ବନ୍ଦ କରିବା ପାଇଁ ଅପରେସନ୍ ଚଳାଇଲେ ମଧ୍ଯ ଏହା କିଛି ସମୟ ପାଇଁ ଆଶ୍ବସ୍ତି ଦେଇପାରେ କିନ୍ତୁ ଏହା ଏକ ସ୍ଥାୟୀ ସମାଧାନ ନୁହେଁ।

୨୦୧୯ରେ ପ୍ରଥମ ଥର ପାଇଁ ଲିକେଜ୍ ଆରମ୍ଭ ହୋଇଥିଲା ଏବଂ ପରେ ଏପ୍ରିଲ୍ ୨୦୨୪ରୁ ପ୍ରତିଦିନ ୧.୭ କିଲୋଗ୍ରାମ ଗ୍ୟାସ ଲିକ୍ ହେଉଛି। ଅତିକମରେ ୭ରୁ ୧୦ ଜଣ ମହାକାଶଚାରୀ ଆଇଏସଏସରେ ରୁହନ୍ତି। ତେବେ ଋଷର ଇଞ୍ଜିନିୟର୍ ମାନେ  ମାଇକ୍ରୋ ଭାଇବ୍ରେସନ ବିଷୟରେ କହିବା ପରେ ନାସା ଏହି ବିପଦର ସମାଧାନ ପାଇଁ ପଦକ୍ଷେପ ନେଇଛି।

Leave A Reply

Your email address will not be published.