Latest Odisha News

BREAKING NEWS

କାହିଁକି ଜୁନ୍‌ ୨୧ରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ, ଜାଣନ୍ତୁ

ଭୁବନେଶ୍ୱର: ଜୁନ୍‌ ମାସ ୨୧ ତାରିଖରେ ପାଳନ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଯୋଗ ଦିବସ ପାଇଁ ଜୁନ ୨୧କୁ ଚୟନ କରିବା ପଛରେ ରହିଛି ଏକ ସ୍ୱତନ୍ତ୍ର କାରଣ। ଆସନ୍ତୁ ଜାଣିବା କ’ଣ ଏହି କାରଣ…

ଜୁନ ୨୧ ଉତ୍ତରଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ। ଏହି ଦିନଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଆରମ୍ଭ ହୋଇଥାଏ। ଭାରତୀୟ ସଂସ୍କୃତିରେ ଅନୁଯାୟୀ, ଏହି ସମୟରେ ଆଧ୍ୟାତ୍ମିକ ସିଦ୍ଧି ଲାଗି ପୂଜାର୍ଚ୍ଚନା କରାଯାଇଥାଏ। ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ସମୟରେ ଉତ୍ତରଗୋଲାର୍ଦ୍ଧରେ ତାପମାତ୍ରା ଧୀରେଧୀରେ କମିବାରେ ଲାଗେ। ତେଣୁ ଏହି ସମୟରେ ଶରୀରକୁ ଉତ୍ତାପ ଯେଗାଇବା ପାଇଁ ଯୋଗ କରାଯାଇଥାଏ ବୋଲି କୁହାଯାଇଛି। ଏହି କାରଣରୁ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତିର ଆରମ୍ଭ ଦିନକୁ ଯୋଗ ଦିବସ ଭାବେ ପାଳନ କରିବା ଲାଗି ଯୋଜନା କରାଯାଇଥିଲା। ୨୦୧୫ ମସିହା ଜୁନ୍‌ ୨୧ ଠାରୁ ଏହାର ପାଳନ ଆରମ୍ଭ ହୋଇଥିଲା ବେଳେ ବିଗତ ପାଞ୍ଚ ବର୍ଷ ହେବ ଏହା ପାଳନ ହୋଇ ଆସୁଛି।

Comments are closed.