Latest Odisha News

BREAKING NEWS

ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍‌’ !

ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ‘ଯୋଗ ଫ୍ରମ୍ ହୋମ୍‌’ ବା ଘରେ ରହି ଏହି ଦିବସଟିକୁ ପାଳିବେ ବୋଲି ହିନ୍ଦୁସ୍ତାନ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ଏସମ୍ପର୍କରେ ଆମେରିକାର ଭାରତୀୟ ଦୂତାବାସରେ ଅବସ୍ଥାପିତ ରାଷ୍ଟ୍ରଦୂତ ତରନଜୀତ୍ ସିଂହ ସାନ୍ଧୁ ପିଟିଆଇକୁ ସୂଚନାଦେଇ କହିଛନ୍ତି ଯେ, ଚଳିତ ବର୍ଷ ଆମେ ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ‘ଯୋଗ ଫ୍ରମ୍ ହୋମ୍‌’ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛୁ ।

ଅନଲାଇନ୍ ମାଧ୍ୟମରେ ଯୋଗଗୁରୁ ବାବା ରାମଦେବ ଜନସାଧାରଣଙ୍କୁ ଯୋଗ ଓ ପ୍ରାଣାୟାମର ଶିକ୍ଷା ପ୍ରଦାନ କରିବେ ।

ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ସାନ୍ଧୁଙ୍କ କହିବାନୁଯାୟୀ, ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ ଆରମ୍ଭ ହେବାଠାରୁ ବିଗତ ୫ ବର୍ଷ ମଧ୍ୟରେ ହଜାର ହଜାର ଆମେରେକୀୟ ଦୈନିକ ଯୋଗାଭ୍ୟାସ କରିଆସୁଛନ୍ତି । କରୋନା ମହାମାରୀ ଯୋଗୁଁ ସଂକ୍ରମଣ ନ ହେବାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବରୁ ଯେପରି ଘର ବାହାରେ ଜନସାଧାରଣ ଏକତ୍ରୀତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିଲେ ତାହା ମହାମାରୀ ଯୋଗୁଁ ସମ୍ଭବ ନୁହେଁ । ଏହା କହିଛନ୍ତି ଶ୍ରୀ ସାନ୍ଧୁ ।

Leave A Reply

Your email address will not be published.