Latest Odisha News

BREAKING NEWS

ମଣିପୁରରେ ୧୫ ଯାଏ ଇଣ୍ଟରନେଟ୍ ନିଷେଧାଦେଶ ଜାରି

ଇମ୍ଫାଲ୍: ଗତ ଏକ ମାସ ଧରି ମଣିପୁର ହିଂସାର କ୍ରୋଧରେ ଜଳୁଛି। ଅଶାନ୍ତ ମଣିପୁରରେ ସ୍ଥିତି ସ୍ୱାଭାବିକକୁ ଆଣିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟରେ ହିଂସା ଲାଗି ରହିଥିବାରୁ ଇଣ୍ଟର୍ନେଟ ସେବା ବନ୍ଦ ଅବଧିକୁ ବଢାଇ ଦିଆଯାଇଛି। ଆସନ୍ତା ୧୫ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସମସ୍ତ ଇଣ୍ଟର୍ନେଟ ସେବା।

ରାଜ୍ୟରେ ବ୍ରଡବ୍ୟାଣ୍ଡ ସମେତ ମୋବାଇଲ ଡାଟା ସର୍ଭିସ ଓ ଇଣ୍ଟର୍ନେଟ ଡାଟା ସର୍ଭସ ବନ୍ଦ ରହିବ। ରାଜ୍ୟରେ ମୈତଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ପାରସ୍ପରିକ ବିବାଦ ଘଟିଛି, ଯାହାକୁ ନେଇ ମଣିପୁରରେ ହିଂସାକାଣ୍ଡ ଘଟିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ମେ ୩ ରେ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଯାହା ବର୍ତ୍ତମାନ ଆହୁରି ବୃଦ୍ଧି କରାଯାଇଛି। କିଛି ଅସାମାଜିକ ତତ୍ତ୍ୱ ସୋସିଆଲ ମିଡିଆରେ ଘୃଣ୍ୟ ମନ୍ତବ୍ୟ ଓ ଭିଡିଓ ସେୟାର କରିବାକୁ ପ୍ରୟାସ କରାଯାଉଥିଲା। ଏହାକୁ ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ସେପଟେ ସେନା ପକ୍ଷକୁ ଲଗାତାର ଭାବେ ପଞ୍ଚମ ଦିନ ପାଇଁ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି। ସୂଚନା ଥାଉକି ମେ ମାସ ଆରମ୍ଭରୁ ରାଜ୍ୟରେ ପ୍ରବଳ ହିଂସା ଆରମ୍ଭ ହେବାରେ ଲାଗିଛି। ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକେ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.