Latest Odisha News

BREAKING NEWS

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ଦୁଇ ଗାଁକୁ ନେଇ ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ଦୁଇ ଗାଁ ବିବାଦକୁ ନେଇ କେଭି ସିଂହଦେଓଙ୍କ ବୈଠକ। ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ଚାଲିଛି ବୈଠକ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଜିଲ୍ଲାପାଳ, ଏସ୍‌ପି, ADG, DIGଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ବୈଠକରେ ଆଦିବାସୀ ନେତାଙ୍କ ସହ ଚାଲିଛି ଆଲୋଚନା। ଏମଭି ୨୬ ଓ ରାଖଲଗୁଡା ଗାଁରେ ହୋଇଥିବା ଅଶାନ୍ତ କର ସ୍ଥିତିକୁ ନେଇ ସମୀକ୍ଷା କରୁଛନ୍ତି।

ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା। ମଧ୍ୟରାତ୍ର ୧୨ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏମ୍‌ଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି କରାଯାଇଛି। ଲାକେ ପୋଡ଼ିଆମୀଙ୍କ ମୁଣ୍ଡବିହୀନ ମୃତଦେହ ମିଳିବାକୁ ନେଇ ରାଖେଲଗୁଡ଼ା ଓ ଏମ୍‌ଭି-୨୬ ଗାଁ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ସହ ଶାନ୍ତି ଫେରିବାରେ ଲାଗିଛି। ବୁଧବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା। ଏମଭି-୨୬ ଗାଁକୁ କିଛି ବଙ୍ଗାଳି ସମ୍ପ୍ରଦାୟ ଲୋକ ଫେରିଛନ୍ତି। ନିଆଁ ଲିଭିବା ପରେ ଲୋକେ ପାଉଁଶ ଭିତରୁ ନିଜର ଉଜୁଡ଼ି ଯାଇଥିବା ସଂସାରକୁ ପୁଣି ଥରେ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କୁ ରହିବା ଲାଗି ଜାଗା ନଥିବା ବେଳେ ଖାଇବାକୁ ମଧ୍ୟ ନାହିଁ। କିଏ ଝିଅ ବାହାଘର ପାଇଁ ତ’ ଆଉ କିଏ ଧାନ ବିକ୍ରି କରି ଟଙ୍କା ରଖିଥିଲେ।

ଏହାସହ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଉଁଶ ହୋଇଛି। ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରୁଛି। ସେମାନଙ୍କୁ ରନ୍ଧାଖାଦ୍ୟ ସହ ଶୀତବସ୍ତ୍ର ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଗାଁରେ ସବୁ କିଛି ପୋଡ଼ି ଛାରଖାର ହୋଇଯାଇଛି। ଶତାଧିକ ଘର ନିଆଁରେ ପୋଡ଼ି ପାଉଁଶ ହେବା ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ଲୋକଙ୍କ ଘର ଭିତରୁ ଅଫୁଟା ବିସ୍ଫୋରକ ସାମଗ୍ରୀ ବାହାରିଥିବା ସୂଚନା ମିଳିଛି। ବିସ୍ଫୋରକ ସାମଗ୍ରୀ ମିଳିବା ପରେ ବାହାର ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ମାଲକାନଗିରି ପୁଲିସ ସବୁଦିଗରୁ ତଦନ୍ତ କରୁଛି। ଏମଭି-୨୬ ଗାଁ ଚାରିପଟେ ୨୦ କମ୍ପାନୀ ସିଆର୍‌ପିଏଫ୍‌ ଯବାନ ମୁତୟନ କରାଯାଇଛି।

Comments are closed.