Latest Odisha News

ତାଂଜାନିଆର ଇଣ୍ଟରନେଟ୍ ସେନ୍ସେସନ୍‌ଙ୍କୁ ସମ୍ମାନିତ କଲା ଭାରତୀୟ ହାଇ କମିଶନ୍

ନୂଆଦିଲ୍ଲୀ: କିଲି ପୌଲ୍ । ତାଂଜାନିଆର ଏହି ଇଣ୍ଟରନେଟ୍ ସେନ୍ସେ୍ସସନ୍ ଖୁବ କମ୍ ସମୟରେ ସାରା ବିଶ୍ୱରେ ପରିଚିତ ହୋଇଥିଲେ । ଖାସ କରି ବଲିଉଡ ଗୀତ ଓ ଡାଇଲଗକୁ ନେଇ ପୌଲଙ୍କ ଭିଡିଓଗୁଡିକ ଭାଇରାଲ ହୋଇଆସିଛି । ତେବେ ନିକଟରେ କିଲିଙ୍କୁ ଭାରତୀୟ ହାଇ କମିଶନ୍ ସମ୍ମାନିତ କରିବା ଘଟଣା ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ତାଂଜାନିଆ ସ୍ଥିତ ଭାରତର ହାଇ କମିଶନଙ୍କ ଅଫିସରେ କିଲି ପୌଲଙ୍କୁ ନିକଟରେ ଦେଖିବାକୁ ମିଳିଥିଲା । ନିଜ ଭିଡିଓ ମାଧ୍ୟମରେ ଉଭୟ କିଲି ଓ ତାଙ୍କ ଭଉଣୀ ନିମା ପୌଲ ଅଗଣିତ ଭାରତୀୟ ହୃଦୟ ଜିତିବାରେ ସଫଳ ହୋଇଥିଲେ । ଖାସ ଏଥିପାଇଁ ଭାରତୀୟ ଡିପ୍ଲୋମାଟ୍ ବିନୟ ପ୍ରଧାନ ତାଙ୍କୁ ସମ୍ମାନିତ କରିଥିଲେ । ଏ ନେଇ ଖୋଦ ବିନୟ ପ୍ରଧାନ ସୋସିଆଲ୍ ମିଡିଆରେ ଏକାଧିକ ଫଟୋ ସେୟାର କରିଛନ୍ତି ।

ଇନ୍‌ଷ୍ଟାଗ୍ରାମ୍‌ରେ କିଲି ପୌଲଙ୍କର ୨.୨ ମିଲିଅନ୍ ଫଲୋଅର୍ ରହିଛନ୍ତି । ସେମାନଙ୍କ ମଧ୍ୟରେ ଆୟୁଷ୍ମାନ୍ ଖୁରାନା, ଗୁଲ୍ ପନାଗ୍ ଓ ରିଚା ଚଢାଙ୍କ ସମେତ ଅନେକ ବଲିଉଡ ଷ୍ଟାର ସାମିଲ ଅଛନ୍ତି । ବଲିଉଡର ପପୁଲାର ଗୀତଗୁଡିକରେ ଲିପ୍‌-ସିଙ୍କ୍ କରିବା ସହ କିଲି ଡାନ୍ସ କରିବାରେ ମଧ୍ୟ ବେଶ ମାହିର୍ ।

Comments are closed, but trackbacks and pingbacks are open.