Latest Odisha News

BREAKING NEWS

ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୧୫ ଗୁରୁତର

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ଉନ୍ନାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ । ବାଣ କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ଅନୁସାରେ, ଆଜି ଥାଲିୱାଲ ଇଣ୍ଡଷ୍ଟ୍ରିଆଲର ଏକ ବାଣ କାରଖାନାରେ ଦୁର୍ଘଟଣା ଘଟିଥିଲା । ସେହି କାରଖାନାରେ କାର୍ଯ୍ୟ କରୁଥିବା ୬ ଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏଥରେ ଆହତ ହୋଇଥିବା ୧୫ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗରୁତର ରହିଛି । ବାଣ କାରଖାନର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିକଟରେ ଥିବା ଅନ୍ୟ କାରଖାନା ଗୁଡ଼ିକର ଝରକା କାଚ ଭାଙ୍ଗି ଯାଇଥିଲା ।

ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟେଲ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ହିମାଚଳ ପ୍ରଦେଶର ଉନ୍ନାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ସମସ୍ତ ଶୋକସନ୍ତପ୍ତ ପରିବାରକୁ ଏହି କ୍ଷତି ସହିବାକୁ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

Comments are closed, but trackbacks and pingbacks are open.