Latest Odisha News

BREAKING NEWS

ନ୍ୟାୟ ଅପେକ୍ଷାରେ ପରିବାର …

ଯାଜପୁର : ପରିବାରକୁ ମିଳୁନି ନ୍ୟାୟ। ପୁଲିସର ଖାମଖିଆଲ ନୀତି ସାଙ୍ଗକୁ ବେଧଡ଼କ ବୁଲୁଛି ହତ୍ୟାକାରୀ। ଯାଜପୁର ବିଂଝାରପୁର ବିତନା ଗାଁର ରୁଦ୍ରପ୍ରସାଦଙ୍କ ମୃତ୍ୟୁର ମାସଟିଏ ପୁରା ହୋଇସାରିଲାଣି। ହେଲେ ପୁଲିସ ହାତ ଖାଲି। ମୃତ ଦେହ ଉଦ୍ଧାର ବେଳେ ଦେହରେ କ୍ଷତବିକ୍ଷତ ଯୋଗୁୂ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଥିଲା। ଏନେଇ ଥାନାରେ ବି ଏତଲା ଦିଆଯାଇଥିଲା। ହେଲେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି। ନ୍ୟାୟ ଅପେକ୍ଷାରେ ରହିଥିବା ପରିବାର ଲୋକେ ଏବେ ଆତ୍ମାହୂତି ଚେତାବନୀ ଦେଇଛନ୍ତି। .. .

ସେହିପରି ମଂଗଳପୁର ଥାନା ଦେୱାନପାଟଣା ଗାଁର ରମେଶ ପରିଡାଙ୍କ ପରିବାର ଲୋକେ ପୋଲିସ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ଚୋରୀ ଘଟଣାରେ ଧରାପଡିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଆକ୍ରମଣର ଶିକାର ହୋଇଥିଲେ ରମେଶ । ଗ୍ରାମବାସୀ ରମେଶଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ରମେଶର ଆବଶ୍ୟକ ଚିକିତ୍ସା ନ କରି ଦୀର୍ଘ ସମୟ ଅଟକ ରଖିଥିଲା । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।  ପୋଲିସର ଅବହେଳା ପାଇଁ ରମେଶର ମୃତ୍ୟୁ ଘଟିଲା ତେଣୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ପରିବାର ଲୋକେ ।

ଯାଜପୁର ପୋଲିସ ଉପଖଣ୍ଡ ଅଂଚଳରେ ମିଳିପାରୁ ନାହିଁ ନ୍ୟାୟ । ପୋଲିସ ଜାଣି ଶୁଣି ଅବହେଳା ପ୍ରଦର୍ଶନ କରୁଛି ନା ଅନ୍ୟ କୌଣସି ଉଦ୍ଧେଶ୍ୟ ରହୁଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

Comments are closed.