Latest Odisha News

BREAKING NEWS

ଆଇଏନଏକ୍ସ ମିଡ଼ିଆ ମାମଲା: କାର୍ତ୍ତୀ ଚିଦାମ୍ବରଙ୍କ ୫୪ କୋଟି ଟଙ୍କା ମୂଲ୍ୟର ଆୟ ବର୍ହିଭୁତ ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ଆଇଏନଏକ୍ସ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ୫୪ କୋଟିର ସମ୍ପତ୍ତିକୁ ଜବତ କରିଛି ।

ସୂଚନା ଅନୁଯାୟୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ତ୍ତିଙ୍କ ଭାରତ ଓ ବିଦେଶରେ ଥିବା ୫୪ କୋଟିର ସମ୍ପତ୍ତିକୁ ଜବତ କରିଥିବା ବେଳେ ଏହି ସମ୍ପତ୍ତି ତାଲିକାରେ ଭାରତ ବ୍ୟତିତ ଇଂଲଣ୍ଡ ଓ ସ୍ପେନର କିଛି ସମ୍ପତ୍ତି ମଧ୍ୟ ରହିଛି ।

ଆହୁରି ମଧ୍ୟ ଏହି ତାଲିକାରେ ଘର ଓ ବ୍ୟାଙ୍କ ଡିପୋଜିଟ ରହିଥିôବା ସହ ଦିଲ୍ଲୀ ଠାରେ ଥିବା ଜୋରବାଗ, ଉଟି, କୋଡାଇକେନାଲର ବହୁତଳ ପ୍ରସାଦ ମଧ୍ୟ ଜବତ କରାଯାଇଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଇଡିର ଏହି ପଦକ୍ଷେପକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ସମାଲୋଚନ କରିବା ସହ ତରବରିଆ ଭାବେ ଏହି ନିଷ୍ପତ୍ତି ନେଇଥିବା ନେଇ କହିଛନ୍ତି । ତେବେ ଏନେଇ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.