Latest Odisha News

BREAKING NEWS

ଆଡ ହକ କମିଟି ଭାଙ୍ଗିଲା, ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନ ସୋମବାର କୁସ୍ତିର ତଦାରଖ ପାଇଁ ଗଠନ କରିଥିବା କମିଟିକୁ ଭାଙ୍ଗି ଦେଇଛି । ଏଥିସହ ଭାରତୀୟ କୁସ୍ତି ମହାସଂଘ ଉପରୁ ମଧ୍ୟ ବାସନ୍ଦ ଉଠିଛି । ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଦ୍ୱାରା ଲଗା ଯାଇଥିବା ବ୍ୟାନକୁ ହଟାଇବା ଏବଂ ଆଇଓଏ ଦ୍ୱାରା ଏକ ଅସ୍ଥାୟୀ କମିଟି ଖେଳାଳି ଚୟନ ଠିକ ଭାବେ କରିବା ପରେ ଏବେ ଏହି ନିଷ୍ପତି ନିଆଯାଇଛି । ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରାଯିବା ପରେ ଏହି କମିଟି ଗଠିତ ହୋଇଥିଲା । ଏବେ ଏହାର କୌଣସି ଆବଶ୍ୟକତା ନାହିଁ ଏବଂ ଡବ୍ଲ୍ୟୁଏଫଆଇ ତାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ଆଡ ହକ କମିଟିକୁ ଆଇଓଏ ଋଣ ବାବଦକୁ ଟଙ୍କା ଦେଇଥିଲା ।

ଏବେ ଏହି ଟଙ୍କାକୁ ଆଇଓଏକୁ ଫେରାଇବାକୁ ପଡିବ । ଖେଳାଳିମାନଙ୍କ ସମସ୍ୟାର ସମାଧାନ ଏବଂ ଫେଡେରେଶନକୁ ନିର୍ଦ୍ଧାରିତ ସମୟ ସୀମା ଓ ନିୟମ ଅନୁସାରେ ଆଥଲେଟିକ୍ସ କମିଶନର ନିଯୁକ୍ତ କରିବାକୁ ପଡିବ । ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତମ ବ୍ୟକ୍ତି ସଞ୍ଜୟ ସିଂ କୁସ୍ତି ସଂଘର ନୂଆ ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ଅନେକ ରେସଲର ତାଙ୍କୁ ବିରୋଧ କରିଥିଲେ । ଏପରିକି ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିବା ବେଳେ ବଜରଙ୍ଗ ପୂନିଆ ପଦ୍ମଶ୍ରୀ ଫେରାଇଥିଲେ । ବିବାଦ ବଢ଼ିବା ଯୋଗୁ କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ନିଲମ୍ବିତ କରିଥିଲା ।

Leave A Reply

Your email address will not be published.