Latest Odisha News

BREAKING NEWS

ଆସନ୍ତୁ ଜାଣିବା ଆଇପିଏଲର କେତେକ ସର୍ବକାଳୀନ ରେକର୍ଡ ସମ୍ପର୍କରେ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ସପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ । ଆସନ୍ତୁ ଜାଣିବା ଆଇପିଏଲର କେତେକ ସର୍ବକାଳୀନ ରେକର୍ଡ ସମ୍ପର୍କରେ ।
୧. ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୪ଥର ଓ ଚେନ୍ନାଇ ସୁପର କିଙ୍ଗସ ୩ ଥର ଚାମ୍ପିୟନ ହୋଇଛି ।

୨.ଏକମାତ୍ର ଫ୍ରାଂଚାଇଜ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିନି ।
୩.ବିରାଟ କୋହଲି ୧୭୭ ମ୍ୟାଚରେ ୩୭.୮୪ ଆଭରେଜରେ ସର୍ବାଧିକ ୫୪୧୨ ରନ ସଂଗ୍ରହ କରିଛନ୍ତି । ଏଥିରେ ୫ ଶତକ, ୩୬ ଅର୍ଦ୍ଧଶତକ ସାମିଲ ।
୪. ବିରାଟ କୋହଲି ଓ ସୁରେଶ ରାଇନା ୫୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି ।
୫. ସର୍ବାଧିକ ବ୍ୟକ୍ତିଗତ ସ୍କୋର କ୍ରିସ ଗେଲ୍‌ଙ୍କ ନାମରେ ରହିଛି । ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୬୬ ବଲରେ ୧୭୫ଞ୍ଚରନ କରିଥିଲେ । ପୁଣେ ୱାରିୟର୍ସ ବିପକ୍ଷରେ ଏହି ବିସ୍ଫୋରକ ଇନିଂସ ଖେଳିଥିଲେ ।
୬. ଡେଭିଡ ୱାର୍ଣ୍ଣର ସର୍ବାଧିକ ୪୮ ଅର୍ଦ୍ଧଶତକ ହାସଲ କରିଛନ୍ତି ।

୭. କ୍ରିସ ଗେଲ୍ ସର୍ବାଧିକ ୩୨୬ ଛକା ମାରିଛନ୍ତି । ଏବି ଡି’ଭିଲର୍ସ ତାଙ୍କ ପଛକୁ ୧୧୪ ଛକା ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
୮. ଗୋଟିଏ ସଂସ୍କରଣରେ ସର୍ବାଧିକ ରନ ବିରାଟ କୋହଲି ସଂଗ୍ରହ କରିଛନ୍ତି । ୨୦୧୬ରେ ସେ ୯୭୩ ରନ କରିଥିଲେ ।
୯. କ୍ରିସ ଗେଲ୍ ସର୍ବାଧିକ ୬ ଶତକ ମାରିଥିବା ବେଳେ ବିରାଟ କୋହଲି ୫ଟି ମାରିଛନ୍ତି ।
୧୦.ଲାସିଥ ମାଲିଙ୍ଗା ୧୨୨ ମ୍ୟାଚରେ ୧୭୦ ଉଇକେଟ ସହ ଶୀର୍ଷରେ ରହିଛନ୍ତି ।
୧୧. ଆଲଜାରି ଜୋସେଫ(ଏମଆଇ)ଙ୍କ ନାମରେ ସବୁଠାରୁ କଞ୍ଜୁସ ବୋଲିଂ ରେକର୍ଡ ରହିଛି । ସେ ଗତ ବର୍ଷ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩.୪ ଓଭରରେ ୬/୧୨ ଉଇକେଟ ହାସଲ କରିଥିଲେ ।

୧୨. ଅମିତ ମିଶ୍ର ସର୍ବାଧିକ ୩ ଥର ହ୍ୟାଟ୍ରିକ ଉଇକେଟ ଅକ୍ତିଆର କରିଛନ୍ତି ।
୧୩.ସୁରେଶ ରାଇନା ୧୯୨ ମ୍ୟାଚରେ ସର୍ବାଧିକ ୧୦୨ କ୍ୟାଚ ନେଇଛନ୍ତି ।

Leave A Reply

Your email address will not be published.