ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟା୩୦ରେ ଆଇପିଏଲର ଉଦଘାଟନୀ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ପ୍ରଶଂସକମାନେ ଦୀର୍ଘ ଦିନ ପରେ ପଡିଆରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଖିବେ । ଭାରତୀୟ କ୍ରିକେଟରେ ଦୁଇ ଭଲ ବ୍ରେନ୍ ଧୋନୀ ଏବଂ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତା ମଧ୍ୟରେ ଏଥିରେ ପରଖା ଯିବ । ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଗତ ୪ ବର୍ଷ ମଧ୍ୟରେ ଖେଳା ଯାଇଥିବା ସମସ୍ତ ମ୍ୟାଚରେ ମୁମ୍ବାଇ ବାଜି ମାରିଛି । ଉଭୟ ଦଳ ମଧ୍ୟରେ ଓଭରାଲ ୩୦ ମ୍ୟାଚ ଖେଳାଯାଇଛି । ମୁମ୍ବାଇ ୧୮ ଓ ଚେନ୍ନାଇ ୧୨ ମ୍ୟାଚରେ ବିଜୟୀ ହୋଇଛି । ନ୍ୟୁଟ୍ରାଲ ଭେନ୍ୟୁରେ ଉଭୟ ଟିମ୍ ମଧ୍ୟରେ ୧୦ ମ୍ୟାଚ ଖେଳାଯାଇଛି । ଏବଂ ପ୍ରତ୍ୟେକ ୫ଟି ଲେଖାଏଁ ମ୍ୟାଚରେ ଜିତିଛନ୍ତି । ଭାଷ୍ୟକାର ଆକାଶ ଚୋପ୍ରା ମୁମ୍ବାଇ ଏହି ମ୍ୟାଚରେ ଜିତିବ ବୋଲି ଦୃଢ଼ତା ସହକାରେ କହିଛନ୍ତି ।
ଚେନ୍ନାଇ ସୁପର କିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ଅମ୍ବାତି ରାୟୁଡୁ, କେଏମ ଅସିଫ, ଦୀପକ ଚାହର,ଡ୍ୱେନ ବ୍ରାଭୋ, ଫ୍ୟାଫ ଡୁ ପ୍ଲେସି, ଇମ୍ରାନ ତାହିର, ନାରାୟଣ ଜଗଦୀଶନ, କର୍ଣ ଶର୍ମା, କେଦାର ଯାଦବ, ଲୁଂଗି ଏନଗିଡି, ମିଶେଲ ସ୍ୟାଟେଂନର, ମୋନୁ କୁମାର, ମୂରଲୀ ବିଜୟ, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶେନ ୱାଟସନ, ଶାର୍ଦ୍ଦୁଳ ଠାକୁର, ସ୍ୟାମ କରନ, ପୀୟୂଷ ଚାୱାଲା, ଜେସ ହାଜେଲଉଡ, ସାଇ କିଶୋର ।
ମୁମ୍ବାଇ ଇଣ୍ଡିଆନ୍ସ:ରୋହିତ ଶର୍ମା (ଅଧିନାୟକ), ଦିଗବିଜୟ ଦେଶମୁଖ, କ୍ୱିଟଂନ ଡି କକ୍, ଆଦିତ୍ୟ ତାରେ, ସୌରଭ ତିୱାରୀ, ଯଶପ୍ରୀତ ବୁମରା, ଧବଲ କୁଲକର୍ଣ୍ଣି, ନାଥାନ କୁଲ୍ଟର ନୀଲ, ଟ୍ରେଂଟ ବୋଲ୍ଟ, ଜୟନ୍ତ ଯାଦବ, ସୂର୍ଯ୍ୟକୁମାର ଯାଦବ, କୃଣାଳ ପାଣ୍ଡ୍ୟା, କିରନ ପୋଲାର୍ଡ, ରାହୁଲ ଚାହର, କ୍ରିସ ଲ୍ୟାନ, ହାର୍ଦ୍ଦିକ ପାଣ୍ଡ୍ୟା, ଶେରଫେନ ରଥରଫୋର୍ଡ, ଅନମୋଲପ୍ରୀତ ସିଂ, ମୋହସିନ ଖାଁ, ମିଶେଲ ମ୍ୟାକଲିନଗେନ, ବଲୱନ୍ତ ରାୟ, ଅନୁକୂଳ ରାୟ, ଈଶାନ କିଶାନ ।
BREAKING NEWS
- ଗାଁରେ ଆତଙ୍କ;ଘରେ ପଶିଥିବା ବାଘ ଛୁଆକୁ ଧରିଲା ବନବିଭାଗ
- ବ୍ରିଜଭୂଷଣ ମାମଲାରେ ନୂଆ ମୋଡ଼: ଦୋଷମୁକ୍ତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲେ ୪ ମହିଳା କୁସ୍ତିଯୋଦ୍ଧା
- ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ
- ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍: କୋହଲିଙ୍କ ଫର୍ମ ଓ ରେକର୍ଡ ଉପରେ ସମସ୍ତଙ୍କ ନଜର
- ଲଗାଣ ବର୍ଷାରେ ଭୂସ୍ଖଳନ; କନ୍ଧମାଳ-ଗଞ୍ଜାମ ଯୋଗାଯୋଗ ବିଚ୍ଛିନ୍ନ,ଏପଟେ ଧୋଇଗଲା ଶାରିଶୁଆ ଘାଟି
- ଏସୀୟ କ୍ରୀଡ଼ା ୨୦୨୬: ମହିଳା ଶଟପୁଟ୍ରେ ମନପ୍ରୀତଙ୍କୁ ବ୍ରୋଞ୍ଜ; ୪ ବର୍ଷର ବ୍ୟାନ୍ ପରେ ରଚିଲେ ଇତିହାସ
- ଲଗାଣ ବର୍ଷା ଜାରି; ଆସନ୍ତାକାଲି ମାଲକାନଗିରିରେ ଶିକ୍ଷାନୁଷ୍ଠାନ ଛୁଟି
- ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ହଷ୍ଟେଲରେ ୧୫ ନାବାଳିକା ଗର୍ଭବତୀ ହୋଇଛନ୍ତି; ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ
- Tiger Inside House: ଘରେ ପଶିଗଲା ମହାବଳ ବାଘ! ଛାନିଆ ଗାଁ ଲୋକେ…୧୫ ଘଣ୍ଟା ନାକେଦମ୍ ପରେ ଜନ୍ତାରେ ପଡିଲା..
- ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ବାର୍ଦ୍ଧକ୍ୟ ଭତ୍ତା: ମନ୍ତ୍ରୀ

Comments are closed.