Latest Odisha News

BREAKING NEWS

ଡ୍ରେନରେ ଭାସି ନିଖୋଜ ଛାତ୍ରର ୧୮ ଘଣ୍ଟା ପରେ ବି ମିଳିନି ପତ୍ତା

ଭୁବନେଶ୍ୱର: ଡ୍ରେନରେ ଭାସି ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ପତ୍ତା ଏଯାଏ ମିଳିନି । ୧୮ ଘଣ୍ଟା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ଗଣ୍ଡମୁଣ୍ଡା ମୁଖ୍ୟ କେନାଲରେ ବୋଟ ଯୋଗେ ସର୍ଚ୍ଚ ଅପରେସନ କରିବାକୁ ନିଷ୍ପତ୍ତି ହୋଇଛି । ଗତକାଲି ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଭାସି ଯାଇଥିଲେ ।

ଗତକାଲି ଦିନ ୨ଟା ବେଳେ ଟ୍ୟୁସନ୍ ପାଇଁ ଘରୁ ବାହାରିଥିଲେ ଜ୍ୟୋତିପ୍ରକାଶ । ବର୍ଷା ପରେ ମୁକୁଳା ଡ୍ରେନର ପାଣି ସୁଅରେ ସେ ଭାସି ଯାଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ କରିଥିଲେ ଅଭିଯାନ ।

ରାତି ୧୦ଟା ଯାଏ ସେଠାରେ ଖୋଜାଖୋଜି କରିଥିଲେ । ଡ୍ରେନ୍ ଭିତରେ ପ୍ରାୟ ୧୦ କିଲୋମିଟର ଯାଏ ପଶି ଖୋଜିଥିଲେ ବି ମିଳି ନଥିଲେ ଜ୍ୟୋତିପ୍ରକାଶ । ଆଜି ପୁଣି ଥରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ୍ ।

ଅଗ୍ନିଶମ ବାହିନୀର ୫ଟି ଟିମ୍ ଲାଗିଛନ୍ତି । ପ୍ରତି ଟିମରେ ୭ ଜଣ ଲେଖାଏ କର୍ମଚାରୀ ଅଛନ୍ତି । ପଞ୍ଚସଖା କେନାଲରେ ଗୋଟିଏ ଟିମ୍ ଖୋଜୁଛି । ସେପଟେ ତାଙ୍କ ପରିବାର ଲୋକ ଆଶା ଆଶଙ୍କା ଭିତରେ ଅଛନ୍ତି । ଘରେ କାନ୍ଦ ବୋବାଳି ।

Leave A Reply

Your email address will not be published.