Latest Odisha News

IPL ଦ୍ୱିତୀୟ କ୍ୱାଲିଫାୟାର: ଫାଇନାଲ୍ ଟିକେଟ ପାଇଁ ଦିଲ୍ଲୀ-କୋଲକାତା ଲଢ଼େଇ

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଆଇପିଏଲ୍ ମହାସମର । କିଏ ହେବ ଦ୍ୱିତୀୟ ଫାଇନାଲିଷ୍ଟ । ଆଜି ଦ୍ୱିତୀୟ କ୍ୱାଲିଫାୟାର ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । ସନ୍ଧ୍ୟା ସାଢ଼େ ୭ଟାରେ ଶାରହାଜ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଜବରଦସ୍ତ ଫର୍ମରେ ଥିବା ଦିଲ୍ଲୀକୁ ମାତ୍ ଦେବା କେକେଆର ପାଇଁ ଏତେ ସହଜ ହେବ ନାହିଁ । କଡ଼ା ମୁକାବିଲା ଆଶା କରାଯାଉଛି ।
ପ୍ରଥମ କ୍ୱାଲିଫାୟାରରେ ହାରିଥିବା ଦିଲ୍ଲୀ ଏହି ମ୍ୟାଚ୍ ଜିତି ଫାଇନାଲ୍ ଯିବାକୁ ଲକ୍ଷ୍ୟ ରଖିଛି । ସେହିପରି ବେଙ୍ଗାଳୁରୁକୁ ହରାଇ କୋଲକାତାର ମନୋବଳ ଦୃଢ଼ ରହିଛି । କର ବା ମର ମ୍ୟାଚରେ ଦୁହେଁ ଦୁହିଁଙ୍କୁ ଟକ୍କର ଦେବା ଲକ୍ଷ୍ୟରେ ଅଛନ୍ତି । ଯିଏ ହାରିବ ଆଜି ଆଇପିଏଲ୍ ଅଭିଯାନ ଶେଷ କରିବ ।

ଆଇପିଏଲରେ ଉଭୟ ଟିମ୍ ୨୭ ଥ ମୁହାଁମୁହିଁ ହୋଇଛନ୍ତି । କୋଲକାତାର ୧୫ଟି ଜିତିଥିବା ବେଳେ ଦିଲ୍ଲୀ ୧୨ଟିରେ ବିଜୟୀ ହୋଇଛି । ଗତ ୫ଟି ମ୍ୟାଚରେ ଦିଲ୍ଲୀ ୫ଟି ବାଜି ମାରିଛି । ୨ଟି ମ୍ୟାଚ୍ ଜିତିଛି କୋଲକାତା ।

ସେହିପରି ୟୁଏଇରେ ଚଳିତ ଆଇପିଏଲରେ ଦିଲ୍ଲୀ ୫ଟି ମ୍ୟାଚରେ ବିଜୟୀ ହୋଇଛି । କିନ୍ତୁ ୟୁଏଇରେ କେକେଆର ବିପକ୍ଷ ମୁକିବିଲା ହାରିଛି ଦିଲ୍ଲୀ । କ୍ୱାଲିଫାୟାରରେ ବଦଲା ନେଇ ଫାଇନାଲ୍ ଟିକେଟ ହାତେଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ୍ସ । ଆଜିର ମ୍ୟାଚରେ ବିଜୟୀ ଟିମ୍ ୧୫ ତାରିଖରେ ଫାଇନାଲ ମୁକାବିଲାରେ ଚେନ୍ନାକୁ ଭେଟିବ ।

Leave A Reply

Your email address will not be published.