Latest Odisha News

BREAKING NEWS

ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ: ବାଂଶପାଣି ରେଳ ଷ୍ଟେସନରେ ଭଙ୍ଗାରୁଜା

କେନ୍ଦୁଝର: ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ। ବାଂଶପାଣି ରେଳ ଷ୍ଟେସନରେ ଦୁଇ ବସ୍ତି ବାସିନ୍ଦା ଆକ୍ରମଣ ଓ ଷ୍ଟେସନ ଭଙ୍ଗାରୁଜା କରିଛନ୍ତି। ୩ ଆରପିଏଫ ଗୁରୁତର। ସେମାନଙ୍କୁ ଯୋଡ଼ା ଟାଟା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଭଞ୍ଜହାଟିଂର ଲକ୍ଷ୍ମଣ ପାତ୍ର ନାମକ ଜଣେ ଯୁବକ ୨ନମ୍ବର ରେଳ କ୍ଷେତ୍ରକୁ କୌଣସି କାରଣରେ ରାତି ୯ଟା ସମୟରେ ଯାଇଥିଲେ। ସେହି ସମୟରେ କେତେଜଣ ରେଳ ବିଭାଗ ଆରକ୍ଷୀ ବଳ ସନ୍ଦେହ କରି ପ୍ରବଳ ମାଡ଼ ମାରିଥିଲେ। ଏଥିରେ ଘଟଣାସ୍ଥଳରେ ଯୁବକଟିର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଅଭିଯୋଗ କରିବା ପରେ ଯୁବକଟିର ପରିବାର ଲୋକେ ପହଞ୍ଚି ଯୁବକଟିକୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରିଥିଲେ।

ଏହାକୁ ବିରୋଧ କରି କୋଇଲାହାଟିଂ ଓ ଭଞ୍ଜହାଟିଂର ଶହଶହ ବାସିନ୍ଦା ଷ୍ଟେସନରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିବା ସହ ଆରକ୍ଷୀ ବଳ ଓ ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ୩ଜଣ ଆରକ୍ଷୀ ବଳ ଗୁରୁତର ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଟାଟା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି। ସେହି ସମୟରେ ସ୍ଥାନୀୟ ବାସିନ୍ଦା କାହାକୁ ଷ୍ଟେସନ ଭିତରକୁ ପଶିବାକୁ ଦେଇନଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।

Leave A Reply

Your email address will not be published.