Latest Odisha News

ଆଇପିଏଲରେ ଡେବ୍ୟୁ କଲେ ସଚିନଙ୍କ ପୁଅ ଅର୍ଜ୍ଜୁନ; ଟୁଇଟରରେ ବାପା ଦେଲେ ଭାବବେଗ ଭରା ବାର୍ତ୍ତା

ନୂଆଦିଲ୍ଲୀ: ଆଇପିଏଲରେ ଡେବ୍ୟୁ କଲେ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ । ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ସେ ଡେବ୍ୟୁ କରିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିରୋଧରେ ସେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ ।

BjdElectrycity

ଆଇପିଏଲ ଖେଳୁଥିବା ପ୍ରଥମ କ୍ରିକେଟରଙ୍କ ପୁଅ ହେଉଛନ୍ତି ଅର୍ଜ୍ଜୁନ ତେନ୍ଦୁଲକର । ଏଠି କହି ରଖିବୁ, ଦିନେ ସଚିନ ଏହି ଟିମର ପ୍ରତିନିଧିତ୍ୱ କରୁଥିଲେ । ଆଜି ତାଙ୍କ ପୁଅ ସେହି ଟିମରେ ଡେବ୍ୟୁ କରିଛି । ପ୍ରଥମ ମ୍ୟାଚରେ ବୋଲିଂ କରି ଅର୍ଜ୍ଜୁନ ଗୋଟିଏ ଓଭରରେ ୫ ରନ ଦେଇଥିଲେ । ସେ ଜଗଦୀଶନଙ୍କ ବିରୋଧରେ ଏଲବିଡବ୍ଲ୍ୟୁ ପାଇଁ ଜୋରଦାର ଅପିଲ କରିଥିଲେ । ହେଲେ ଅମ୍ପାୟାର ଏହାକୁ ଗ୍ରହଣ କରି ନ ଥିଲେ ।  ଯାହା ବି ହେଉ, କେକେଆରର ବେଙ୍କଟେଶ ଆୟର ଶତକ କରବା ସତ୍ତ୍ୱେ ଅର୍ଜ୍ଜୁନ ୦/୧୭ରେ ପାଭଲଅନ ଫେରିଥିଲେ । ଶେଷରେ ମୁମ୍ବାଇ  ୫ ୱିକେଟରେ ବିଜୟୀ ହୋଇଥିଲା ।

ଏହି ପରିପ୍ରେକ୍ଷରେ ବାପା ସଚିନ ଏକ ଭାବପ୍ରବଣ ଟୁଇଟ କରିଛନ୍ତି । ଅର୍ଜ୍ଜୁନଙ୍କ ପ୍ରଥମ ମ୍ୟାଚକୁ ନେଇ ଯେତିକି ଚର୍ଚ୍ଚା ହୋଇନି, ତାଠାରୁ ବେଶି ଚର୍ଚ୍ଚା ହୋଇଛି ସଚିନଙ୍କର ଏହି ଚିଠିକୁ ନେଇ । ଏହି ଚିଠି ଯେତିକି ମାର୍ମିକ ସେତିକି ହୃଦୟସ୍ପର୍ଶୀ ।

ବାପା-ପୁଅଙ୍କର ଏକ ଫଟୋ ସହ ସଚିନ ଲେଖାଟିଏ ଟୁଇଟ କରିଛନ୍ତି । ସେ ପୁଅ ଅର୍ଜ୍ଜୁନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଅର୍ଜ୍ଜୁନ, ଆଜି ତୁମେ ଏକ କ୍ରିକେଟର ଭାବେ ନିଜର ଯାତ୍ରାରେ ଆଉ ଏକ ପାଦ ଆଗକୁ ପକାଇଛ ।  ତୁମର ପିତା ଭାବେ ମୁଁ ତୁମକୁ ଭଲ ପାଏ ଏବଂ ଖେଳକୁ ବି ଭଲ ପାଏ । ମୁଁ ଜାଣେ, ତୁମେ ଖେଳକୁ ସମ୍ମାନ ଦେବା ଜାରି ରଖିବ ଯାହାର ସେ ହକଦାର ଏବଂ ଖେଳକୁ ବି ଭଲ ପାଇବ । ତୁମେ ଫେରି ଆସ ।’

ପିତୃତ୍ୱର ଆବେଗକୁ ସେ ଟୁଇଟର ପେଜରେ ମାର୍ମିକ ଭାଷାରେ ଲେଖିଛନ୍ତିୁ, ‘ତୁମେ ଏଠାରେ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିଛ । ମୋର ବିଶ୍ୱାସ, ତୁମେ ଏମିତି କରିବା ଜାରି ରଖିବ । ଏହା ଏକ ସୁନ୍ଦର ଯାତ୍ରାର ଶୁଭାରମ୍ଭ ଅଟେ । ଏଥିପାଇର୍ ଅନେକ ଅନେକ ଶୁଭେଚ୍ଛା ।’

୨୩ ବର୍ଷୀୟ ଅର୍ଜ୍ଜୁନ କିଛି ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଅଛନ୍ତି । ୨୦୨୧ରେ ନିଲାମି ହୋଇଥିଲା । ହେଲେ ଆଘାତ କାରଣରୁ ତାଙ୍କୁ ହଟି ଆସିବାକୁ ପଡିଥିଲା । ୨୦୨୨ରେ ତାଙ୍କୁ ନିଆ ଯାଇଥିଲା । କିନ୍ତୁ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ମିଳି  ନଥିଲା ।

Leave A Reply

Your email address will not be published.