Latest Odisha News

ଆଇପିଏଲ ୨୦୨୪: ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ, ଚେନ୍ନାଇ-ବାଙ୍ଗାଲୋର ଉଦଘାଟନୀ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଉଦଘାଟନୀ ମ୍ୟାଚ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏହି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଓଭରାଲ ୨୧ ମ୍ୟାଚ ଖେଳାଯିବ । ଚେପକରେ ଉଦଘାଟନୀ ମୁକାବିଲା ଖେଳାଯିବ । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯିବ । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ଟିମ ଆଇପିଏଲରେ ସର୍ବାଧିକ ୯ଥର ଚାମ୍ପିୟନ ହୋଇଛି ।

ଗତ ସଂସ୍କରଣର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ଚେନ୍ନାଇ ହରାଇ ଟାଇଟଲ ହାସଲ କରିଥିଲା । ଚେନ୍ନାଇ ଓ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଲେଖାଏଁ ଚାମ୍ପିୟନ ହୋଇଛନ୍ତି । ଭାରତରେ ଚଳିତ ସଂସ୍କରଣର ସମସ୍ତ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ୨ଟି ମ୍ୟାଚ ବିଶାଖପଟନମରେ ଖେଳାଯିବ । ଚେନ୍ନାଇ ରେକର୍ଡ ୯ମ ଥର ପାଇଁ ଉଦଘାଟନୀ ମୁକାବିଲା ଖେଳିବ ।

Leave A Reply

Your email address will not be published.