Latest Odisha News

BREAKING NEWS

ଲୋକନାଥ ମନ୍ଦିରରୁ ମହିଳାଙ୍କ ବେକରୁ ୪ଭରିର ସୁନା ଚେନ୍ ଝାମ୍ପି ନେଲେ ଦୁବୃର୍ତ୍ତ

ପୁରୀ : ପୁରୀରେ ମାତିଛନ୍ତି ଚୋର । ଲୋକନାଥ ମନ୍ଦିରରୁ ମହିଳାଙ୍କ ବେକରୁ ୪ ଭରିର ସୁନା ଚେନ୍ ଝାମ୍ପି ନେଲ ଦୁବୃର୍ତ୍ତ । ମହିଳା ଜଣକ ହେଉଛନ୍ତି ଛତ୍ରପୁର ଅଞ୍ଚଳର ମଞ୍ଜୁଳା ପାତ୍ର । ତାଙ୍କ ବେକରୁ ସୁନା ଚେନ ଚୋରି ହୋଇଥିବା ନେଇ ସେ ବାସେଳୀସାହି ଥାନାରେ ଅଭିଯୋଗ କରିଛନ୍ତି । ।ଛତ୍ରପୁର ଅଞ୍ଚଳର ମଞ୍ଜୁଳା ପାତ୍ର ଆଜି ସକାଳେ ତାଙ୍କ ପରିବାର ସହ ପୁରୀ ଆସି ଲୋକନାଥ ମନ୍ଦିର ଦର୍ଶନ ସାରି ଫେରୁଥିଲେ ।

ଏହି ସମୟରେ ମନ୍ଦିର ଗର୍ଭ ଗୃହରୁ ତାଙ୍କ ବେକରୁ କେହି ଦୁବୃର୍ତ୍ତ ସୁନା ଚେନ ଲୁଟି ନେଇଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ ।। ଏହି ସୁନା ଚେନର ଦାମ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ।ମନ୍ଦିର ଗର୍ଭ ଗୃହରେ ଭିଡର ସୁଯୋଗ ନେଇ କେହି ମଞ୍ଜୁଳାଙ୍କୁ ଧକ୍କା ଦେଇ ଏହି ଲୁଟ କରିଛନ୍ତି । ଦୁବୃର୍ତ୍ତ ଜଣକ କଳା ସାର୍ଟ ପିନ୍ଧିଥିଲେ ବୋଲି ମହିଳା ଜଣକ କହିଛନ୍ତି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.