ସୁନ୍ଦରଗଡ଼:ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ IPL ବେଟିଂ ବେଳେ ମାଡ଼ି ବସିଲା ପୋଲିସ । ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ପୋଲିସ ୧୭ ଲକ୍ଷ ୬୧ ହଜାର ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ।
ଗିରଫ ବ୍ୟକ୍ତି ମାନେ ହେଲେ ରାଉରକେଲା ବାସନ୍ତୀ କଲୋନିର ରଞ୍ଜନ କୁମାର ସା (୨୯), ରାହୁଲ ସାହୁ (୩୨), ବାଗିଚାପଡ଼ାର ସଞ୍ଜୟ କୁମାର ମିସ୍ତ୍ରୀ (୪୭), ମାଷ୍ଟର କଲୋନିର ଉମେଶ ସେଟା ଓରଫ ସୋନୁ (୪୧), ରାମବାଗନ ନିରଜ ସାହୁ (୩୫)।
ରାଜଗାଙ୍ଗପୁର ଆଇଆଇସି ବିଜୟ କୁମାର ଦାସଙ୍କ ନିର୍ଦ୍ଦେଶରେ ଏସଆଇ ରାଜେଶ କୁମାର ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ରାଜଗାଙ୍ଗପୁରର ମିନି ଷ୍ଟାଡିୟମରେ ଚଢାଉ କରିଥିଲା। ଚଢାଉରେ ବେଆଇନ ବେଟିଂରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ପ୍ରାୟ ୬ ଲକ୍ଷ ଟଙ୍କା ଓ ୫ଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତମାନେ ମୋବାଇଲ ଫୋନ୍ ମାଧ୍ୟମରେ ଜନସାଧାରଣଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲେ। ଏଥିସହ ରାଜଗାଙ୍ଗପୁର ପୋଲିସ ଅଧିକ ତଦନ୍ତ କରୁଛି ।
Comments are closed.