Latest Odisha News

BREAKING NEWS

ଆୟାର, ପନ୍ତଙ୍କ ଲଢ଼ୁଆ ବ୍ୟାଟିିଂ, ମୁମ୍ବାଇ ସମ୍ମୁଖରେ ୧୫୭ ରନର ଲକ୍ଷ୍ୟ

ଦୁବାଇ: ଶ୍ରେୟାଶ ଆୟାର ଓ ଋଷଭ ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୧୫୭ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା । ଟସ୍ ଜିତି ଦିଲ୍ଲୀ ଅଧିନାୟକ ଶ୍ରେୟାଶ ଆୟାର ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ମାତ୍ର ଦଳ ୨୨ ରନରେ ୩ଟି ଉଇକେଟ ହରାଇ ବିପଦରେ ପଡିଥିଲା । ଏହା ପରେ ପନ୍ତ ଓ ଆୟାର ୪ର୍ଥ ଉଇକେଟରେ ୯୬ ରନ ଯୋଗ କରି ଦଳର ସ୍ଥିତି ସୁଧାରିଥିଲେ ।

ପନ୍ତ ୩୮ ବଲରେ ୪ ଚୌକା ଓ ୨ଛକା ସହାୟତାରେ ୫୬ ରନ କରି ଆଉଟ ହୋଇଥିଲେ । ଆୟାର ୫୦ ବଲରେ ୬ ଚୌକା ଓ ୨ଛକା ସହାୟତାରେ ୬୫ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ମୁମ୍ବାଇ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଟ୍ରେଂଟ ବୋଲ୍ଟ ୩ଟି ଓ ନାଥାନ କୋଲ୍ଟର ନୀଲ ୨ଟି ଉଇକେଟ ଅକ୍ତିଆର କରିଥିଲେ ।

Comments are closed.