Latest Odisha News

BREAKING NEWS

ବିହାର ନିର୍ବାଚନ ଫଳାଫଳରେ ଏବେ ବି ସସ୍ପେନ୍ସ ଜାରି :ଏନଡିଏ ୧୨୩, ମହାଗଠବନ୍ଧନ ୧୧୩

ପାଟନା: ବିହାର ନିର୍ବାଚନ ଫଳାପଳ ଭାରତ-ପାକିସ୍ତାନ ମ୍ୟାଚର ରୋମାଂଚକୁ ପଛରେ ପକାଇ ଦେଇଛି । ରାତି ୯ଟା ୩୦ରେ ପ୍ରାପ୍ତ ରିପୋର୍ଟ ଅନୁସାରେ ଏନଡିଏ ୧୨୩ ଓ ମହାଗଠବନ୍ଧନ ୧୧୩ ରେ ଆଗେଇଛନ୍ତି । ଏନଡିଏ ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୨୨ ସିଟରୁ ଆଗରେ ଥିଲେ ମଧ୍ୟ ଖୁସି ମନାଇ ପାରୁ ନାହିଁ । ଅପରପକ୍ଷରେ ଆରଜେଡି ସରକାର ଗଠନ କରିବ ବୋଲି ଏବେ ବି ଦୃଢ଼ତା ସହକାରେ କହୁଛି । ୧୧ ସିଟ ଉପରେ ସମସ୍ତଙ୍କ ନଜର ରହିଛି । ଏଗୁଡିକର ମାର୍ଜିନ ୧୦୦୦ରୁ କମ୍ ରହିଛି । ଏନଡିଏ ୩ଟି, ମହାଗଠବନ୍ଧନ ୭ ଓ ୧ରେ ନିର୍ଦ୍ଧଳୀୟ ଆଗରେ ରହିଛନ୍ତି ।

BjdElectrycity

୪.୧୦ କୋଟି ଭୋଟରୁ ୩.୪୦ କୋଟି ଭୋଟର ଗଣତି ସରିଛି । ବିଜେପି-୭୨, ଜେଡିୟୁ-୪୩, ଆରଜେଡି-୭୬, କଂଗ୍ରେସ-୧୯ ଓ ଲେଫ୍ଟ ପାର୍ଟି-୧୮ ସିଟରେ ଆଗରେ ଅଛନ୍ତି ।

Leave A Reply

Your email address will not be published.