Latest Odisha News

ଆଇପିଏଲ୍ ମିନି ଅକ୍ସନ: ମହଙ୍ଗା ତାଲିକାରେ ୬ ଘରୋଇ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ମିନି ଅକ୍ସନ ଆଜି ଅପରାହ୍ନ ୨ଟା ୩୦ରେ କୋଚିଠାରେ ହେବ । ଖେଳାଳି ନିଲାମ ପ୍ରକ୍ରିୟାର ଦିନକ ପୂର୍ବରୁ ୧୮ ବର୍ଷୀୟ ଲେଗ୍ ସ୍ପିନର ରେହାନ ଅହମ୍ମଦ ନିଜ ନାଁ ପ୍ରତ୍ୟାହାର କରିଛନ୍ତି । ବେନ୍ ଷ୍ଟୋକ୍ସ, କ୍ୟାମରୁନ୍ ଗ୍ରୀନ ଓ ସ୍ୟାମ କରନଙ୍କ ଭଳି ଟପ୍ ଇଂଲିଶ୍ ଓ ଅଷ୍ଟ୍ରେଲିୟ ଖେଳାଳି ଆଇପିଏଲ୍ ୨୦୨୩ ପୂରା ସିଜନ ପାଇଁ ଉପଲବ୍ଧ ରହିବେ । ଏନେଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଚିଠି ଲେଖି ବିସିସିଆଇକୁ ସୂଚିତ କରିଛି ।

IPLରେ ୧୦ ଟିମ୍ ପାଇଁ ୮୭ ଖେଳାଳିଙ୍କ ନିଲାମ ଆଜି ହେବ । ୪୦୫ ଖେଳାଳି ତଥା ୮୭ ସ୍ଲଟ୍ ପାଇଁ ୧୦ ଫ୍ରାଞ୍ଚଇଜ୍ ମାନଙ୍କ ନିକଟରେ ମୋଟ୍ ୨୦୬.୫ କୋଟି ଟଙ୍କା ରହିଛି । ତେଣୁ ଅକ୍ସନ ଟେବୁଲରେ ଟାଣିଟୁଣି ଚାଲିବେ ନିଲାମଧାରୀ ।

ଭାରତର ୬ ଖେଳାଳିଙ୍କୁ ଉଚ୍ଚ ମୂଲ୍ୟରେ ନିଲାମ ଡକାଯିବାର ଆଶା ରହିଛି । ଏମାନେ ହେଉଛନ୍ତି ନାରାୟଣ ଜଗଜିଶନ, ଶିବମ୍ ମାଭି, ୟଶ ଠାକୁର, ସନବୀର ସିଂହ, ମୁକେଶ କୁମାର ଓ ଆକାଶ ବଶିଷ୍ଟ । ନାରାୟଣ ଜଗଦିଶନ ଓ୍ୱାନଡେରେ ୨୭୭ ରନ୍ କରିଛନ୍ତି । ଶିବମ୍ ଗତ ଥର ୭.୨୫ କୋଟି ଟଙ୍କାରେ ନିଲାମ ହୋଇଥିଲେ । ୟଶ ମୁସ୍ତାକ ଅଲି ଟି-୨୦ରେ ୧୫ ଓ୍ୱିକେଟ ନେଇଥିଲେ । ସନବୀର ଟି-୨୦ ଟୁର୍ଣ୍ଣାମେଣ୍ଟର ୩ ଟି ମ୍ୟାଚରେ ୨୦୫.୧୭ ଷ୍ଟ୍ରାଇକ୍ ରେଟ୍ ରେ ୧୧୯ ରନ୍ କରିଥିଲେ । ମୁକେଶ ଟି-୨୦ର ୨୩ ମ୍ୟାଚରେ ୨୫ ଓ୍ୱିକେଟ୍ ନେଇଛନ୍ତି । ଆକାଶ ଏବର୍ଷ ୧୬୩ ଷ୍ଟ୍ରାଇକ୍ ରେଟ୍ ରୁ ୨୧୬ ରନ୍ ହାସଲ କରିଛନ୍ତି ।

Leave A Reply

Your email address will not be published.