Latest Odisha News

BREAKING NEWS

ଛତିଶଗଡରେ ମାଓ ତାଣ୍ଡବ ଘଟଣା: ଆସାମରେ ପ୍ରଚାର ବାତିଲ୍ କରି ଦିଲ୍ଲୀ ଗଲେ ଶାହା, ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଛତିଶଗଡ ବିଜାପୁରରେ ମାଓ ତାଣ୍ଡବ ଘଟଣା । ମାଓବାଦୀଙ୍କ ବର୍ବରତାର ଖବର ସାରା ଦେଶକୁ ଦୋହଲାଇ ଦେଇଛି । ଯବାନଙ୍କ ସହିତ ରକ୍ତର ହୋଲି ଖେଳିଛନ୍ତି ମାଓବାଦୀ । ଏଥିରେ ୨୪ ଜଣ ଯବାନ ସହିଦ ହୋଇଛନ୍ତି । କିଛି ଯବାନଙ୍କ ପତ୍ତା ମିଳୁନଥିବାରୁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି । 

ଏହି ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଟୁଇଟ୍ କରି  ଲେଖିଛନ୍ତି, ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଆମ ବୀର ଯବାନଙ୍କୁ ମୁଁ ପ୍ରଣାମ କରୁଛି । ଦେଶ ଯବାନଙ୍କ ଏହି ବଳିଦାନକୁ କେବେବି ଭୁଲିବନି । ଏହି ଦୁଃଖଦ ଖବର ପାଇବା ପରେ ଆସାମରେ ନିର୍ବାଚନ ପ୍ରଚାରକୁ ବାତିଲ୍ କରି ସେ ଦିଲ୍ଲୀ ଫେରିଆସିଛନ୍ତି । ଦିଲ୍ଲୀରେ ସେ ଏହି ଘଟଣାରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଏହାସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନ ଯୋଗେ କଥା ହୋଇ ଘଟଣା ବାବଦରେ ପଚାରି ବୁଝିଛନ୍ତି ଶାହା । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଘଟଣା ବାବଦରେ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଛତିଶଗଡ଼ ସୁକମା ଓ ବିଜାପୁର ସୀମା ସ୍ଥିତ ଟେକଲଗୁଡା ଗାଁ ନିକଟରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ୨୪ ଯବାନ ଶହୀଦ ହୋଇଛନ୍ତି ।

Leave A Reply

Your email address will not be published.