Latest Odisha News

BREAKING NEWS

ହେଲେ ସାଙ୍ଗ, ନେଲେ ଚେଙ୍କ !

ଉତ୍ତରାଖଣ୍ଡ: ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଡେରାଡୁନ୍ ସହର । ଜଣେ ୧୮ବର୍ଷୀୟ ଯୁବକକୁ ପୋଲିସ ଅଫିସର ଝିଅ ସହ ବନ୍ଧୁତା ମହଙ୍ଗା ପଡିଛି । ବନ୍ଧୁତ୍ୱର ପ୍ରତିଉପହାର ସ୍ୱରୂପ ମିଳିଛି ନିର୍ଘାତ ମାଡ ଓ ନିଆଁ ଚେଙ୍କ ।

ରିପୋର୍ଟ ଅନୁଯାୟୀ ଉତ୍ତରାଖଣ୍ଡ ପୋଲିସ ବିଭାଗର ଜଣେ ଆଇପିଏସ୍ ଅଫିସରଙ୍କ ଝିଅ ସହ ଜଣେ ଯୁବକର ବନ୍ଧୁତା ଥିଲା । ହେଲେ ଏହି ବନ୍ଧୁତାକୁ ଆଇପିଏସ୍ ଅଫିସର ଜଣକ ସହ୍ୟ କରିପାରିନଥିଲେ । ପରିଣାମ ସ୍ୱରୂପ ସୋମବାର ସେହି ଯୁବକଙ୍କୁ ବାହାନା କରି ବିନ୍ଦଲ ଥାନାକୁ ଡକାଇଥିଲେ । ଧମକ ଦେବା ସହ ନିଜ ୪ ସାଥି ପୋଲିସ କର୍ମଚାରୀଙ୍କ ଦ୍ୱାରା ନିର୍ଘାତିଆ ମାଡ ମାରିବା ସହ ଉଲଗ୍ନ କରି ସିଗାରେଟ୍ ଚେଙ୍କ ବି ଦେଇଥିଲେ । ନିଜ ଝିଅଠୁ ଉକ୍ତ ଯୁବକଙ୍କୁ ଦୂରେଇବା ପାଇଁ କିଛି ଏଭଳି ଉପାୟ ଅବଲମ୍ବନ କରିଥିଲେ ସଂପୃକ୍ତ ଆଇପିଏସ୍ ଅଫିସର ।

ଘଟଣା ବିଷୟରେ ଜାଣିବା ପରେ ଯୁବକଙ୍କ ପରିବାର ଲୋକେ ସରକାରୀ ଡାକ୍ତରଖାନାରେ ଯାଂଚ କରାଇ ଏକ ରିପୋର୍ଟ ପ୍ରସ୍ତୁତ କରି ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ମାମଲାରେ ସଂପୃକ୍ତ ଥିବା ଆଇପିଏସ ଅଫିସର ମଧ୍ୟ ପାଲଟା ଏତଲା ଦେଇଛନ୍ତି ।

ଏହି ସମସ୍ତ ଘଟଣା ବିଷୟରେ ଜାଣିବା ପରେ ପୋଲିସ ଡିଜି ଅଶୋକ କୁମାର ଦୁଇ ପକ୍ଷର କଥା ଶୁଣିବା ପରେ ଡେରାଡୁନ୍ ଏସପି ଶ୍ୱେତା ଚୌବେଙ୍କୁ ତିନିଦିନ ମଧ୍ୟରେ ରିପୋର୍ଟ ଦାଖଲ ରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.