Latest Odisha News

ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ଚେନ୍ନାଇ ଟ୍ରେନିଂ କ୍ୟାମ୍ପରେ କରିବେ ଯୋଗଦାନ

ରାଞ୍ଚି: ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର । ରାଞ୍ଚି ରକର୍ସ ଏମ ଏସ୍ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତା ୧୪ ତାରିଖରୁ ଆଇପିଏଲ-୧୩ ପାଇଁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ ।

ଗତ ଦେଢ ବର୍ଷ ହେଲା ଧୋନିଙ୍କୁ କ୍ରିକେଟ୍ ଗ୍ରାଉଣ୍ଡରେ ଦେଖିବାକୁ ପାଇ ନ ଥିବା ବେଳେ ଏହି ଖବର ଫ୍ୟାନଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି ।

ସେପ୍ଟେମ୍ବର ୧୩ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ର ୧୩ ତମ ସଂସ୍କରଣ । ନଭେମ୍ବର ୧୦ରେ ଏହାର ଫାଇନାଲ ଅନୁଷ୍ଠିତ ହେବ । ଏଥି ପାଇଁ ଦଳ ପକ୍ଷରୁ ଚେନ୍ନାଇରେ ଆସନ୍ତା ୧୫ରୁ ୬ ଦିନିଆ ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହେବ ।

ଆଇପିଏଲରେ ଭାଗ ନେଉଥିବା ପ୍ରତି କ୍ରିକେଟରଙ୍କର କରୋନା ଟେଷ୍ଟ ହେବା ନେଇ ଏସଓପି ଜାରି ହୋଇଥିଲା । ଏହି ଅନୁଯାୟୀ ଧୋନିଙ୍କର ସ୍ୱାବ ପରୀକ୍ଷା ହୋଇଥିଲା । ଧୋନି ଗତ ମାର୍ଚ୍ଚ ମାସରୁ ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ରହିଥିଲେ ।

Leave A Reply

Your email address will not be published.