Latest Odisha News

BREAKING NEWS

ଅଙ୍ଗଦାନ କରିଥିବା ୩ ପାରିବାରକୁ ‘ସୁରଜ ସମ୍ମାନ’

ଭୁବନେଶ୍ୱର: ମହାନା କାମ ପାଇଁ ମିଳିଲା ମହା ସମ୍ମାନ । ଅଙ୍ଗଦାନ ଦିବସରେ ଅଙ୍ଗଦାନ କରିଥିବା ୩ଟି ପରିବାରକୁ ମିଳିଲା ସୁରଜ ସମ୍ମାନ । ଚଳିତ ବର୍ଷଠାରୁ ଆରମ୍ଭ ହୋଇଛି ଅଙ୍ଗଦାନ ପୁରସ୍କାର କାର୍ଯ୍ୟକ୍ରମ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କ ମୁଖ୍ୟମନ୍ତ୍ରୀ ସୁରଜ ସମ୍ମାନ ପ୍ରଦାନ କରିଛନ୍ତି । ଅଙ୍ଗଦାତା ପି. ପ୍ରିୟଙ୍କାରାଣୀ ପାତ୍ର , ସୁଚିତ୍ରା ଦାସ ଓ ରାଜଲକ୍ଷ୍ମୀ ଦାସଙ୍କ ପରିବାରକୁ ମଧ୍ୟ ସୂରଜ ପୁରସ୍କାର ସହ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନ କରିଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି । ଅଙ୍ଗଦାନ କରିଥିବା ବ୍ୟକ୍ତି ସର୍ବଦା ସ୍ମରଣୀୟ ରହିବେ । ଅଙ୍ଗଦାନକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.