Latest Odisha News

BREAKING NEWS

ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ ଚଳାଇଛି ଇରାନ, ସାଟେଲାଇଟ ଚିତ୍ରରେ ଖୁଲାସା

ତେହେରାନ: ଇସ୍ରାଏଲ ଓ ଆମେରିକାକୁ ଲୁଚାଇ ଇରାନ ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ କାର୍ଯ୍ୟରେ ଲାଗିଛି । ସାଟେଲାଇନ ଚିତ୍ରରୁ ଏହି ଖୁଲାସା ହୋଇଛି । ଇରାନର ନ୍ୟୁକ୍ଲିୟର ସାଇଟଠାରୁ କିଛି ଦୂରରେ ଥିବା ପାହାଡିଆ ଅଂଚଳରେ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଆରମ୍ଭ ହୋଇଛି । ଆମେରିକା ଓ ଇସ୍ରାଏଲ ଆକ୍ରମଣ କରି ଏହାକୁ ନଷ୍ଟ କରିବା ସମ୍ଭାବନା ଥିବାରୁ ଇରାନ ସେନା ଏହାକୁ ଜଗି ରହିଛନ୍ତି । ୮୦ରୁ ୧୦୦ ମିଟର ତଳେ ଏହାକୁ ନିର୍ମାଣ କରାଯାଉଛି । ଇରାନ ପରମାଣୁ ଅସ୍ତ୍ର ନିର୍ମାଣ କରିବାରେ ସଫଳ ହେଲେ ଏହା ଆମ ପାଇଁ ଦୁଃସ୍ୱପ୍ନ ସଦୃଶ ହେବ ବୋଲି ଆମେରିକାର ଜନୈକ ଅଧିକାରୀ କହିଛନ୍ତି । ଇରାନ ୬୦ ପ୍ରତିଶତ ୟୁରେନିୟମ ଏନରିଚ କରିସାରିଛି । ଆଉ ୩୦ ପ୍ରତିଶତ ହେଲେ େ ସହଜରେ ଅସ୍ତ୍ର ପ୍ରସ୍ତୁତ କରାଯାଇ ପାରିବ ।

ପୂର୍ବରୁ ଇରାନର ଏହି ପ୍ରୋଜେକ୍ଟରେ ସାମିଲ ଥିବା ବୈଜ୍ଞାନିକଙ୍କୁ ମାରିବାରେ ଇସ୍ରାଏଲ ହାତ ଥିବା ଜଣାପଡିଥିଲା । ପାକିସ୍ତାନର ସହଯୋଗ ପାଇଲେ ଭାରତ ପାଇଁ ଇରାନ ବଡ ସମସ୍ୟା ଭାବେ ଉଭା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଇରାନ କିନ୍ତୁ ଏ ସମ୍ପର୍କରେ କୌଣସି ବୟାନ ଜାରୀ କରି ନାହିଁ । ବାରକ ଓବାମା ରାଷ୍ଟ୍ରପତି ଥିବା ବେଳେ ଇରାନ ସହ ଆମେରିକା ନ୍ୟୁକ୍ଲିୟର ଚୁକ୍ତି କରିଥିଲା । ଏହା ପରେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଏଥିରୁ ଓହରି ଯାଇଥିଲେ । ଜୋ ବାଇଡେନ ଏହି ଚୁକ୍ତି ବଳବତର କରିବା ପାଇଁ ଇରାନକୁ ଆଶ୍ୱସନା ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ କରିପାରୁ ନାହାନ୍ତି ।

Leave A Reply

Your email address will not be published.