Latest Odisha News

BREAKING NEWS

ହିଜାବ ବିରୋଧରେ ଛାତ୍ରୀଙ୍କ ଅଜବ ପ୍ରତିବାଦ

ନୂଆଦିଲ୍ଲୀ: ଇରାନରେ ହିଜାବକୁ ବିରୋଧ କରି ଶନିବାର ଦିନ ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ନିଜର ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁଯାୟୀ ଇରାନରେ ହିଜାବ ଏବଂ ଡ୍ରେସ କୋଡ୍ ସମ୍ବନ୍ଧରେ କଡା ନିୟମ ଅଛି ଯାହାକୁ ନେଇ ଦୀର୍ଘଦିନ ଧରି ବିରୋଧ କରାଯାଉଛି। କାରଣ ସେଠାରେ ମହିଳାମାନଙ୍କର ପୋଷାକ ପିନ୍ଧିବା ଉପରେ ଅନେକ ପ୍ରତିବନ୍ଧକ ଅଛି। ଭାଇରାଲ ଭିଡିଓରେ ଝିଅଟି କେବଳ ଅନ୍ତ ବସ୍ତ୍ର ପିନ୍ଧି କ୍ୟାମ୍ପସ ବାହାରେ ବୁଲୁଥିବାର ଦେଖାଯାଇଛି।

Comments are closed.