Latest Odisha News

BREAKING NEWS

ଇରାନ ଧର୍ମଗୁରୁ ଡରାଇଲେ, କରୋନା ଭ୍ୟାକ୍ସିନ ସମଲିଙ୍ଗୀ କରାଇଦେବ

ତେହେରାନ: କୋଭିଡ-୧୯ର ମୁକାବିଲା ପାଇଁ ବିଭିନ୍ନ ଦେଶ ପକ୍ଷରୁ ଭ୍ୟାକ୍ସିନ ବାହାର କରାଯିବା ପରେ ଏବେ ଏହାକୁ ଦିଆଯିବା ଆରମ୍ଭ ହୋଇଛି । ଏହା ମଧ୍ୟରେ ଇରାନର ଏକ ଧର୍ମଗୁରୁ ଲୋକମାନଙ୍କୁ ଏଥିନେଇ ଭୟର ବାତାବରଣ ସୃଷ୍ଟି କରାଉଛନ୍ତି । ସେ କହିଛନ୍ତି ଭ୍ୟାକ୍ସିନ ନେବା ପରେ ଲୋକେ ସମଲିଙ୍ଗୀ ପାଲଟି ଯାଉଛନ୍ତି ।

ଆୟତୁଲ୍ଲା ଅବାସ ତବରିଜୟିନ ସୋସିଆଲ ମିଡିଆ ଆପ ଟେଲିଗ୍ରାମରେ ଏହା କହିଛନ୍ତି । ଏଥିନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସମଲିଙ୍ଗୀମାନେ ମଧ୍ୟ ଏହା ସେମାନଙ୍କ ପ୍ରତି ଅପମାନ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ୧୯୭୯ ଇସଲାମ କ୍ରାନ୍ତି ସମୟରେ ଦେଶରେ ହଜାର ସମଲିଙ୍ଗୀଙ୍କୁ ଫାଶୀ ଦିଆ ଯାଇଥିଲା ।

Leave A Reply

Your email address will not be published.