ତେହେରାନ: ଗୀତ ଗାଇବାରୁ ଇରାନରେ ୨୭ ବର୍ଷ ବୟସ୍କା ଗାୟିକାଙ୍କୁ ଗିରଫ କରାଯାଇଛି। କାରଣ ସେ ଗୀତ ଗାଇବା ସମୟରେ ହିଜାବ ପିନ୍ଧିନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଦର୍ଶକ ଏହି ଗୀତକୁ ଦେଖି ସାରିଲେଣି।
ଖବର ଅନୁଯାୟୀ, ଗାୟିକା ଜଣକ ପାରାଷ୍ଟୁ ଅହମ୍ମଦ ବୋଲି ଜଣାପଡିଛି। ଶନିବାର ଦିନ ଇରାନର ସାରି ସହରରୁ ପାରାଷ୍ଟୁଙ୍କୁ ଗିରଫ କରାଯାଇଥିଲା। ଯାହା ରାଜଧାନୀ ତେହେରାନଠାରୁ ପ୍ରାୟ ୨୮୦ କିଲୋମିଟର ଦୂରରେ ଅବସ୍ଥିତ।
ଗତ ଗୁରୁବାର ସେ ଏକ ମ୍ୟୁଜିକ ଭିଡିଓ ୟୁଟ୍ୟୁବରେ ସେୟାର କରିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯାହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଭିଡିଓରେ ପାରାଷ୍ଟୁ ଏକ କଳା ସ୍ଲିଭଲେସ୍ ଡ୍ରେସ୍ ପିନ୍ଧିଥିବା ନଜର ଆସିଥିଲା। ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଦେଖି ସାରିଲେଣି।