ଇରାନ୍: ତେହରାନର ୨୨ ବର୍ଷିୟ ସାହାର ତବାର୍ ଓରଫ ଫାତିମା ଖିସ୍ୱନ୍ଦ୍ । ଦିନେ ଏହି ଇରାନୀୟ ଯୁବତୀ ଇନ୍ଷ୍ଟାଗ୍ରାମ୍ରେ ସୁପରଷ୍ଟାର ସାଜିଥିଲେ । ହେଲେ ଇଶ୍ୱର ବିରୋଧୀ ମନ୍ତବ୍ୟ ଦେଇ ଓ ବେଆଇନ ଭାବେ ଅର୍ଥ ଆଦ।ୟ କରିବା ଅଭିଯୋଗରେ ତାଙ୍କୁ ଜେଲଦଣ୍ଡାଦେଶ ହୋଇଥିଲା ।
ଇରାନରେ ଜୋମ୍ବି ଆଂଜେଲିନା ଜୋଲି ଭାବେ ପରିଚିତ ଏହି ଯୁବତୀ ୨୦୧୯,ଅକ୍ଟୋବରରେ ଗିରଫ ହୋଇ ଜେଲରେ ରହିଥିଲେ । କରୋନା ମହାମାରୀରେ ଅନେକ କଏଦୀଙ୍କୁ ଜେଲରୁ ଖଲାସ କରାଯାଇଥିଲା । ହେଲେଏହି ଯୁବତୀଙ୍କୁ ଜେଲରୁ ଛାଡିବା ପାଇଁ ସ୍ଥାନୀୟ କୋର୍ଟ ରାଜି ହୋଇନଥିଲା । ଏପରିକି ଇରାନର ମାନବଧିକାର କମିଶନର ଅପିଲକୁ ବି ଅଗ୍ରାହ୍ୟ କରିଦେଇଥଲେ ।
ତାସନିମ୍ ନ୍ୟୁଜ ଏଜେନ୍ସି ଅନୁଯାୟୀ ଜେଲରେ ରହିବା ଫଳରେ ଫାତିମା ଏବେ କରୋନାଭାଇରସ୍ରେ ସଂକ୍ରମିତ । ତଥାପି ତାଙ୍କୁ ଜେଲରୁ ବାହାର ନ କରି ଭେଣ୍ଟିଲେଟରରେ ରଖାଯାଇଛି ।
ଜାଣି ଆଶ୍ଚର୍ଯ୍ୟ ହେବେ ହଲିଉଡ ଅଭିନେତ୍ରୀ ଆଂଜେଲିନା ଜୋଲିଙ୍କ ଭଳି ଦେଖାଯିବା ପାଇଁ ଫାତିମା ଗୋଟିଏ କି ଦୁଇଟି ନୁହେଁ ବରଂ ୫୦ଟି ସର୍ଜରି କରିଥିଲେ । ଯାହା ବିଫଳ ହେବା ପରେ ତାଙ୍କ ଚେହେରା ଅତ୍ୟଧିକ ବିକୃତ ହୋଇଯାଇଥିଲା । ଏହି କାରଣରୁ ତାଙ୍କୁ ଇରାନରେ ଜୋମ୍ବି ଆଂଜେଲିନା ଜୋଲିର ଆଖ୍ୟା ମିଳିଥିଲା ।
Comments are closed.