Latest Odisha News

ଶାକିରାଙ୍କୁ ମାତ୍ ଦେଉଛି ନୋରା ଫତେହୀଙ୍କ ଡ୍ୟାନ୍ସ

ମୁମ୍ବାଇ: ବଲିଉଡରେ ନିଜ ଡ୍ୟାନ୍ସ ପାଇଁ ନୋରା ଫତେହୀ ବେଶ୍ ଲୋକପ୍ରିୟ । କରୋନ ଭାଇରସ ଲକଡାଉନ ଯୋଗୁ ସେ ଏବେ ଘରେ ଅଭ୍ୟାସ କରୁଛନ୍ତି । ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଯାହା କି ପ୍ରଶଂସକଙ୍କ ମନକୁ ଅସ୍ଥିର କରୁଛି । ଏହି ଭିଡିଓ କଲମ୍ବିଆନ ଡ୍ୟାନ୍ସର ଶାକିରାଙ୍କୁ ମନେ ପକାଇ ଦେଉଛି ।

୧୮ ଘଂଟା ମଧ୍ୟରେ ଏହାକୁ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଶଂସକ ଦେଖି ସାରିଲେଣି । ନ୍ୟୁଜିଲାଣ୍ଡର ଖ୍ୟାତନାମା କୋରିଓଗ୍ରାଫର ପ୍ୟାରିସ ଗୋବେଲ ମଧ୍ୟ ନୋରାଙ୍କୁ ପ୍ରଶଂସା କରିଛନ୍ତି । ଖୁବ୍ ଶୀଘ୍ର ତୁମେ କୋର୍ନି ଗୀତରେ ଡ୍ୟାନ୍ସ କରିବା ଶିଖିଗଲ । ହ୍ରିତିକ ରୋଶନ ଓ କ୍ୟାଟ୍ରିନା କୈଫଙ୍କ ଡ୍ୟାନ୍ସ ପସନ୍ଦ କରୁଥିଲେ ମଧ୍ୟ ମାଧୁରୀ ଦୀକ୍ଷିତ ଓ ହେଲେନ ମୋର ଆଦର୍ଶ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.