ଭୁବନେଶ୍ୱର: ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଖାଦ୍ୟ ଶୈଳୀ। ଏମିତିକି କହିବାକୁ ଗଲେ ଭାରତରେ ଲୋକେ ନିଜ ଖାଦ୍ୟ ପାନୀୟ ପ୍ରତି ବେଶ୍ ଗୁରୁତ୍ୱ ଦିଅନ୍ତି। ଆଉ ଖାଦ୍ୟ ପାଇଁ ବିଭିନ୍ନ ପ୍ରକାରର ମସଲା ବି ବ୍ୟବହାର ହୋଇଥାଏ । ଯାହାକି ଖାଦ୍ୟର ଟେଷ୍ଟ ସମ୍ପୁର୍ଣ୍ଣ ବଦଳାଇଦେଇଥାଏ।
ହେଲେ କିଛି ଏମିତି ସ୍ଥାନ ରହିଛି ଯେଉଁଠି ଲୋକେ ଜମାରୁ ମସଲା ବ୍ୟବହାର କରନ୍ତି ନାହିଁ। ଆଉ ବଡ଼କଥା ହେଲା ସମସ୍ତେ ମସଲା ବଦଳରେ ବ୍ୟବହାର କରନ୍ତି ବାଲି ଓ ମାଟି।। ଏହା ଶୁଣିଲେ ବେଶ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ସମ୍ପୁର୍ଣ୍ଣ ସତ।
ଇରାନରେ ଏକ ଅଦ୍ଭୁତ ଦ୍ୱୀପ ଅଛି, ଯାହାର ନାଁ ‘ହୋର୍ମୁଜ ଆଇଲ୍ୟାଣ୍ଡ’। ଏହାକୁ ରେନବୋ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଇଥାଏ । କାହିଁକି ନା, ଏଠାକାର ମାଟି ଓ ବାଲି ରଙ୍ଗିନ । ଏପରି କି, ପାହାଡ଼, ପର୍ବତଗୁଡିକ ମଧ୍ୟ ଇନ୍ଦ୍ରଧନୁ ପରି ନଜର ଆସିଥାଏ।
ବାସ୍ତବରେ, ହୋର୍ମୁଜ ଆଇଲ୍ୟାଣ୍ଡର ଲୋକମାନେ ସେମାନଙ୍କ ଖାଦ୍ୟରେ ଲୁଣ କି ମସଲା ବ୍ୟବହାର କରନ୍ତି ନାହିଁ, ବରଂ ସେମାନେ ଏହି ସ୍ଥାନର ମାଟି ଓ ବାଲି ଖାଦ୍ୟରେ ପକାନ୍ତି । ଆଶ୍ଚର୍ଯ୍ୟକର କଥା, ଏହି ଲୋକମାନେ ଏହାକୁ ଅତି ସଉକରେ ମଧ୍ୟ ଖାଇ ଥାଆନ୍ତି ।
ପ୍ରଥମେ ବାଲି ଗୁଡିକୁ ସଫା କରି ତାପରେ ଏହି ବାଲିକୁ ବିଭିନ୍ନ ଖାଦ୍ୟରେ ପକାଇଥାନ୍ତି। ଏହି ସ୍ଥାନରେ ବ୍ୟଞ୍ଜନ ଗୁଡିକ ମଧ୍ୟ ବେଶ୍ ଫେମସ୍ । ଏଠାରେ ମାଛର ଭିନ୍ନ ଡିସ୍ ତିଆରି ହୋଇଥାଏ । ଭେରାଇଟି ମାଛ ଅଣାଯାଇ ଭିନ୍ନ ଭିନ୍ନ ବାଲି ଦେଇ ଏଥିରେ ତିଆରି ହୋଇଥାଏ ଖାଦ୍ୟ। ଯାହାକି ବାହାର ଲୋକଙ୍କୁ ବି ବେଶ ପସନ୍ଦ ଆସିଥାଏା
ଏହି ଘଟଣା ବିଶ୍ୱ୍ୱାସ ନହେଲେ ବି ସମ୍ପୁର୍ଣ୍ଣ ସତ। ହେଲେ ଆଶ୍ଚର୍ଯ୍ୟର କଥା ଲୋକେ ଏଠାରେ କଣ ପାଇଁ ମସଲା ବଦଳରେ ବାଲି ବ୍ୟବହାର କରିଥାନ୍ତି। ଆଉ ପ୍ରତିଦିନ ଏହି ରକମର ବାଲି ଖାଇବା ଦ୍ୱାର କେିମତି ସେମାନେ ସୁସ୍ଥ ରହିଛନ୍ତି। ତାର କାରଣ କିନ୍ତୁ କାହାରିକୁ ବି ଜଣା ନାହିଁ। . .
BREAKING NEWS
- World Bank President:ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ; ନିଯୁକ୍ତି ସୁଯୋଗ ସୃଷ୍ଟିକୁ କଲେ ପ୍ରଶଂସା
- ଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ: ସିଦ୍ଧାନ୍ତ ମହାପାତ୍ର
- Kotia: କୋଟିଆରେ ଆନ୍ଧ୍ରର ସର୍ଭେ ଟିମ୍; ଆକଟ କରିବାରୁ ପୋଲିସ ସହ ବଚସା
- ଦିନିକିଆ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରି ପାରି ନାହାନ୍ତି ଛକା
- Agriculture Minister Review: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ସମୀକ୍ଷା; ଓଡ଼ିଶାର ପ୍ରଦର୍ଶନକୁ ନେଇ ସନ୍ତୋଷ…
- ସଫଳତା ଖୁସିର ଗ୍ୟାରେଣ୍ଟି ଦିଏ ନାହିଁ; କାହିଁକି ଏଭଳି କହିଲେ ସଂଗୀତଜ୍ଞ ବିଶାଲ
- ରଣଜୀ ଟ୍ରଫି: ସ୍ୱସ୍ତିକ, ଗୋବିନ୍ଦଙ୍କ ଅର୍ଦ୍ଧଶତକ
- Witchcraft Suspicion: ଡାହାଣୀ ସନ୍ଦେହରେ ନିଜ ମାଆକୁ ହାଣି ଦେଲା ପୁଅ
- କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ
- ଥଣ୍ଡାର ମୁକାବିଲା ପାଇଁ ମୋଜା ଭିତରେ ଲଙ୍କାଗୁଣ୍ଡ ରଖି ଖେଳିଲେ ଖେଳାଳି
Comments are closed.