Latest Odisha News

BREAKING NEWS

ରାଜ୍ୟରେ ୨୧ ଲକ୍ଷ ଲୋକ ଟିକା ନେବାକୁ ବାକି ଅଛନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫କୋଟି ୬୨ ଲକ୍ଷ ଡ଼ୋଜ୍ ଦିଆସରିଛି । ଏହା ମଧ୍ୟରୁ ପ୍ରଥମ ଡ଼ୋଜ୍ ଟିକା ୯୩.୫ ପ୍ରତିଶତ ଓ ଦ୍ୱିତୀୟ ଡ଼ୋଜ୍ ଟିକା ୭୪ ପ୍ରତିଶତ ରହିଛି । ଟିକା ନେବା ପାଇଁ ଏବେ ସୁଦ୍ଧା ରାଜ୍ୟରେ ୨୧ ଲକ୍ଷ ଲୋକ ବାକିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

BjdElectrycity

ସେହିପରି ୧୫ରୁ ବ୮ବର୍ଷ ଭିତରେ ୧୪ ଲକ୍ଷରୁ ଅଧିକ ଟିକା ଦିଆସରିଛି । ଯାହାକି ଟାର୍ଗେଟରୁ ୫୯ପ୍ରତିଶତ । ଏହାସହ ରାଜ୍ୟରେ ପ୍ରିକସନ ଡ଼ୋଜ୍ ଟିକାକରଣ ମଧ୍ୟ ଚାଲିଛି । ଖୁବ୍ ଶୀଘ୍ର ସମସ୍ତଙ୍କ ଟିକାକରଣ ନେଇ ପ୍ରୟାସ ଜାରି ରହିଛି । କିଛି ସ୍ଥାନରେ ଟିକାକରଣ କେନ୍ଦ୍ର ବୃଦ୍ଧି ହୋଇଛି । ବର୍ତ୍ତମାନ ୩ ହଜାର ୨୬୨ ଟିକାକରଣ କେନ୍ଦ୍ରରେ ଟିକାକରଣ ଜାରି ରହିଥିବା କହିଛନ୍ତି ।

Comments are closed, but trackbacks and pingbacks are open.