Latest Odisha News

BREAKING NEWS

ଟାଟା ଗ୍ରୁଫ୍ ହାତକୁ ହସ୍ତାନ୍ତର ହେଲା ଏୟାର ଇଣ୍ଡିଆ ମାଲିକାନା

ନୂଆଦିଲ୍ଲୀ: ଟାଟା ଗ୍ରୁଫ୍ ହାତରେ ଏୟାର ଇଣ୍ଡିଆ । ଏଣିକା ଟାଟା ଗ୍ରୁଫ୍ ନୂଆସେବା ଲାଗୁ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ଗରୁବାର ଦିନ ଚାରୋଟି ବିମାନ ଉଡାଣ ଭରିବାର ବ୍ୟବସ୍ଥା ହୋଇଛି । ଏୟାରଇଣ୍ଡିଆ ଟାଟା ଗ୍ରୁଫକୁ ହସ୍ତାନ୍ତରେ ପରେ ଏହା ପ୍ରଥମ ଉଡାଣ ।ଗୁରୁବାରୁ ଚାରୋଟି ବିମାନ AI864 ମୁମ୍ବାଇ-ଦିଲ୍ଲୀ, AI687 ମୁମ୍ବାଇ-ଦିଲ୍ଲୀ, AI945 ମୁମ୍ବାଇ-ଅବୁଧାବି ଏବଂ AI639 ମୁମ୍ବାଇ ବେଙ୍ଗାଲୁ ଉଡାଣ କରିବ ଏବଂ ବିମାନରେରେ ଉନ୍ନତ ଭୋଜନ ସେବା ଯୋଗାଇ ଦିଆଯିବ।

ସୂଚନା ଅନୁସାରେ କଂଗ୍ରେସ ଶାଶନ କାଳରେ ଏୟାର ଇଣ୍ଡିଆ ଟାଟା ହାତରେ ଥିଲା । ୬୯ ବର୍ଷ ତଳେ ଟାଟା ଗୃପ ହାତରୁ ଏୟାରଇଣ୍ଡିଆକୁ ନେବା ପରେ ଏବେ ପୁଣି ତାକୁ ଫେରାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ଆଜିଠାରୁ ଏୟାର ଇଣ୍ଡିଆ ଉପରେ କର୍ତ୍ତୁତ୍ୱ ହରାଇବେ କେନ୍ଦ୍ର ସରକାର । ଅକ୍ଟୋବର ୮ରେ ଟାଟା ଗ୍ରୁଫ୍ ହୋଲ୍ଡି କମ୍ପାନୀ ର ଅନ୍ୟତମ ସହାୟକ କମ୍ପାନୀ ଟେଲେସ ପ୍ରାଇଭେଟ ଲିମିଟେଡ ୧୮ ହଜାର କୋଟି ଟଙ୍କାରେ କିଣିବା ଲାଗି ସମ୍ମତ ହୋଇଥିଲା । ହେଲେ ଏହାପରେ ଟାଟା ଗ୍ରୁଫବ ଏହାକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରି କିଣିଥିଲା ।ଟାଟା ଏହାକୁ ନେବା ପରେ ଉନ୍ନତ ମାନର ଖାଦ୍ୟ ଯୋଗାଇବା ପ୍ରଥମ ପଦକ୍ଷେପ ନେଇଛି ।

Comments are closed, but trackbacks and pingbacks are open.