Latest Odisha News

BREAKING NEWS

ଭାରତକୁ ପ୍ରଥମ ଥର ପାଇଁ ହରାଇଲା ଆୟର୍ଲାଣ୍ଡ

ବେଲଫାଷ୍ଟ: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଆୟର୍ଲାଣ୍ଡ ୩୪ ରନରେ ଭାରତକୁ ପରାସ୍ତ କରିଛି । ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ବିଶ୍ୱକପ ଜିତିଥିବା ଭାରତ ଏ ଭଳି ପ୍ରଦର୍ଶନ କରିବ ବୋଲି କେହି ଭାବି ନ ଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରିବା ଯୋଗୁ ଆୟର୍ଲାଣ୍ଡ ଏହି ଐତିହାସିକ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୨୦ ଓଭରରେ ୯ ୱିକେଟ ବିନିମୟରେ ୧୮୨ ରନ କରିଥିଲେ । ଲୋରଜାନ ଟକର ୩୬ ବଲରୁ ୫୦ ଓ ଗାରେଥ ଡେଲାନୀ ୪୯ ରନ କରିଥିଲେ ।

ହର୍ଷିତ ରାଣା ଭାରତ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଭାରତ ୧୮୩ ରନର ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୧୪୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଭିଷେକ ଶର୍ମା ସର୍ବାଧିକ ୪୯ ରନ କରିଥିଲେ । ଶିବମ ଦୁବେ ୨୫, ତିଳକ ବର୍ମା ୧୯ ଓ ଅକ୍ଷର ପଟେଲ ୧୫ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ମାଥ୍ୟୁ ହ୍ୟାମ୍ପୟର୍ସ ଓ ମ୍ୟାଟ୍ଟ ହୋଲାର୍ଡ ୩ଟି ଲେଖାଏଁ ୱିକେଟ ନେଇଥିଲେ ।

Leave A Reply

Your email address will not be published.