Congress Appoints Lalji Desai:ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ; AICC ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ଆସିଛି । ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ । ଓଡ଼ିଶାରେ ସାଙ୍ଗଠନିକ ଭିତ୍ତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଶୁକ୍ରବାର ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂଆ ଏଆଇସିସି ପ୍ରଭାରୀ ଭାବେ ନିଯୁକ୍ତ କରିଛି । ସେ ପୂର୍ବତନ ପ୍ରଭାରୀ ଅଜୟ ଲଲ୍ଲୁଙ୍କ ସ୍ଥାନ ନେବେ।
ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ଜାରି କରାଯାଇଥିବା ଏକ ଆଧିକାରିକ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି । ନୂଆ ପ୍ରଭାରୀ ଭାବେ ଲାଲ୍ଜୀଙ୍କ ନିଯୁକ୍ତି ପରେ ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ ପ୍ରକାଶ ପାଇଛି।
ଲାଲଜୀ ଦେଶାଇ ହେଉଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତା । ସେ ବର୍ତ୍ତମାନ ଅଲ୍ ଇଣ୍ଡିଆ କଂଗ୍ରେସ ସେବା ଦଳର ରାଷ୍ଟ୍ରୀୟ ସଭାପତି (ମୁଖ୍ୟ ସଂଗଠକ) ଭାବରେ କାର୍ଯ୍ୟ କରୁଛନ୍ତି । ସେବା ଦଳ ହେଉଛି ଭାରତୀୟ ଜାତୀୟ କଂଗ୍ରେସର ଏକ ପ୍ରମୁଖ ତୃଣମୂଳ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ ।
