ଭୁବନେଶ୍ୱର: ବିଧାୟକଙ୍କ କ୍ୱାର୍ଟର ମରାମତିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ତ୍ତ ବିଭାଗକୁ ବିଜେଡି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି ।
ଯଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ଏ ସଂପର୍କିତ ଏକ ପ୍ରଶ୍ନ ବିଧାନସଭାରେ ପଚାରିଥିଲେ । ନିର୍ମାଣ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତାହାର ଉତ୍ତର ରଖି ଦୁର୍ନୀତି ଅଭିଯୋଗ ବିଷୟରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ।
ବିଧାୟକ କଲୋନୀର କ୍ୱାର୍ଟସ ମରାମତି ପାଇଁ ଅନୁଦାନ ମୂଲ୍ୟ, ଚଳିତ ବର୍ଷ ପାଇଁ ସରକାରଙ୍କ ମଞ୍ଜୁରୀ, ଠିକାଦାରଙ୍କ ସବିଶେଷ ତଥ୍ୟ ଏବଂ ମରାମତି କାମରେ ହୋଇଥିବା ଦୁର୍ନୀତି ଅଭିଯାେଗ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ସମସ୍ତ ତଥ୍ୟ ପାଇବା ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ପ୍ରଶ୍ନ କରିଥିଲେ ।
ମନ୍ତ୍ରୀ ଏହାର ଉତ୍ତର ରଖି କହିଛନ୍ତି ଯେ, ଚଳିତ ବର୍ଷ ପାଇଁ ପୂର୍ତ୍ତ ବିଭାଗ କିଛି ଅନୁଦାନ ପାଇନି । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଅଭିଯୋଗ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
Comments are closed.