ମୁମ୍ବାଇ: ଜୁରାସିକ ପାର୍କ ଫିଲ୍ମ ପାଇଁ ଟିକେଟ କିଣିପାରି ନ ଥିବା ଇରଫାନ ଖାଁ ଶେଷରେ ନିଜ ଦକ୍ଷତା ବଳରେ ହଲିଉଡର ଏହି ମେଗା ମୁଭିରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । ଇରଫାନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି ।
୧. ୨୦୦୪ରେ ହାସିଲ ଫିଲ୍ମ ପାଇଁ ନେଗେଟିଭ ରୋଲ ପାଇଁ ଫିଲ୍ମଫେୟାର ପୁରସ୍କାର ଓ ମକବୁଲରେ ଖଳନାୟକ ଭୂମିକା ପାଇଁ ସ୍କ୍ରିନ ପୁରସ୍କାର ହାସଲ କରିଥିଲେ ।
୨. ୮ ଓସ୍କାର ପୁରସ୍କାର ଜିତିଥିବା ସ୍ଲମଡଗ ମିଲେନେୟାରରେ ସେ ଅଭିନୟ କରିଥିଲେ ।
୩. ମୁମ୍ବାଇ ମେରି ଜାନ ଫିଲ୍ମ ପାଇଁ ସେ ୨୦୦୯ରେ ଅନ୍ତର୍ଜାତୀୟ ଇଣ୍ଡିଆନ ଫିଲ୍ମ ଏକାଡେମୀ ପକ୍ଷରୁ ସପୋର୍ଟିଂ ଭୂମିକା ପାଇଁ ପୁରସ୍କୃତ ହୋଇଥିଲେ ।
୪. ୨୦୦୯ରେ ସେ ଜିକ୍ୟୁ(ଭାରତୀୟ ସଂସ୍କରଣ)ର ମ୍ୟାନ ଅଫ ଦି ଇୟର ପୁରସ୍କାର ପାଇଥିଲେ ।
୫. ୨୦୧୧-୧୨ରେ କଳାପାଇଁ ସେ ପଦ୍ମଶ୍ରୀ ସମ୍ମାନ ପାଇଥିବା ବେଳେ ସେହି ବର୍ଷ ସିଏନଏନ-ଆଇବିଏନ ପକ୍ଷରୁ ଇଣ୍ଡିଆନ ଅଫ ଦି ଇୟର (ଏଂଟରଟେନମେଂଟ) ପୁରସ୍କାର ପାଇଥିଲେ ।
୬.ପାନ ସିଂ ଟୋମାର ପାଇଁ ୨୦୧୩ରେ ଶ୍ରେଷ୍ଠ କଳାକାର ଭାବେ ଜାତୀୟ ପୁରସ୍କାର ପାଇଥିଲେ । ସେହି ବର୍ଷ ଏହି ଫିଲ୍ମ ପ୍ରାୟ ଅଧିକାଂଶ ପୁରସ୍କାର ହାସଲ କରି ନେଇଥିଲା ।
୭. ଲଂଚବକ୍ସ ପାଇଁ ସେ ଏସିଆନ୍ ଫିଲ୍ମ ପୁରସ୍କାର, ଏସିଆ ପ୍ୟାସିଫିକ ଫିଲ୍ମ ଫେଷ୍ଟିଭାଲ ପକ୍ଷରୁ ଶ୍ରେଷ୍ଠ କଳାକାର ପୁରସ୍କାର ହାତେଇଥିଲେ ।
୮. ୨୦୧୪ରେ କିସା ଫିଲ୍ମ କୁଇନ୍ସଲାଣ୍ଡରେ ଆୟୋଜିତ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠକଳାକାର ବିବେଚିତ ହୋଇଥିଲେ ।
୯. ପିକୁ ପାଇଁ ମଧ୍ୟ ସେ ମେଲବୋର୍ଣ୍ଣ ଫିଲ୍ମ ଫେଷ୍ଟିଭାଲ, ଷ୍ଟାରଡଷ୍ଟ, ବିଗ ଷ୍ଟାର ଏଂଟରଟେନମେଂଟ ପକ୍ଷରୁ ଶ୍ରେଷ୍ଠ କଳାକାର ପୁରସ୍କାର ପାଇଥିଲେ ।
୧୦. ଦୁବାଇ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ପକ୍ଷରୁ ସମ୍ମାନିତ ହୋଇଥିଲେ । ଏହା ବ୍ୟତୀତ ହିନ୍ଦୀ ମିଡିୟମ, କରିବ କରିବ ସିଙ୍ଗଲ ଓ ତଲୱାର ପାଇଁ ମଧ୍ୟ ସେ ପୁରସ୍କାର ପାଇଛନ୍ତି ।
Comments are closed.