Latest Odisha News

BREAKING NEWS

‘ଆଇ ଲଭ୍ ୟୁ’ ଦିଲ୍ଳୀବାସୀ କହି ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହ୍ୟାଟ୍ରିକ୍ । ତୃତୀୟ ଥର ପାଇଁ ଦିଲ୍ଲୀ ଦଖଲ କରିଛନ୍ତି ଆପ୍ ମୁଖ୍ୟ । ଦିଲ୍ଲୀରେ ଭୋଟ ଗଣତି ଜାରି ରହିଥିଲେ ସୁଦ୍ଧା ଚୂଡାନ୍ତ ଫଳାଫଳ ସ୍ପଷ୍ଟ ହୋଇଯାଇଛି । ଆପ୍ ବହୁମତ ଠାରୁ ବହୁ ଆଗରେ ରହିଛି । ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ଦିଲ୍ଲୀବାସୀ ଆଇ ଲଭ୍ ୟୁ କହି ଦିଲ୍ଳୀର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଦିଲ୍ଲୀବାସୀ କମାଲ କରିଦେଲ । ସେମାନେ ତୃତୀୟ ଥର ପାଇଁ ନିଜ ପୁଅ ଉପରେ ଭରସା କରିଛନ୍ତି । ଏହା କେବଳ ମୋର ବିଜୟ ନୁହେଁ, ପ୍ରତିଟି ପରିବାରର ବିଜୟ ଯେଉଁମାନେ ମୋତେ ଭୋଟ ଦେଇ ଜିତାଇଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି । ଦେଶରେ ନୂଆ ରାଜନୀତିକୁ ଜନ୍ମ ଦେଇଛନ୍ତି ଦିଲ୍ଲୀବାସୀ । ଯାହାର ନାଁ କେବଳ କାମରେ କରି ଦେଖାଇବାର ରାଜନୀତି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଯିଏ ସ୍କୁଲ ତିଆରି କିରବ ଏବଂ ଯିଏ ପୁରା ଅଚଂଳକୁ ସଫା ସୁତୁରା ରଖିବ ତାକୁ ହିଁ ଦିଲ୍ଲୀବାସୀ ଭୋଟ ଦେବେ ବୋଲି ସନ୍ଦେଶ ଦେଇଛନ୍ତି । ଏହା ଆମ୍ ଆଦ୍‌ମୀ ପାର୍ଟିର ବିଜୟ ନୁହେଁ ଭାରତ ମାତାର ବିଜୟ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ ଆଜି ମଙ୍ଗଳବାର ହୋଇଥିବାରୁ ସେ ବଜରଙ୍ଗବଲୀ ତଥା ପ୍ରଭୁ ହନୁମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

(ସୌଜନ୍ୟ: ଏଏନ୍‌ଆଇ)

Leave A Reply

Your email address will not be published.