ଭୁବନେଶ୍ବର: ରୋଡ ସାଇଡରେ ଶସ୍ତା ଦାମରେ ଜିନିଷ କିଣିବାର ଆମ ସମସ୍ତଙ୍କ ଅଭ୍ୟାସ ରହିଛି । ଯାନବାହାନରେ କି ଚାଲିକରି ଗଲା ବେଳେ ରାସ୍ତାରେ ସଜେଇ ହୋଇ ରହିଥିବା ଏହି ଜିନିଷ ଗୁଡିକ ଆମକୁ ବେଶ୍ ଆକର୍ଷିତ କରିଥାଏ । ସେହି ଜିନିଷ ମଧ୍ୟରୁ ସବୁଠୁ ବେଶୀ ଆମକୁ ଆକର୍ଷିତ କରିଥାଏ, ଭଳିକି ଭଳି ରଙ୍ଗବେରଙ୍ଗର ଚଷମା ବା ସନ୍ ଗ୍ଲାସେସ୍ । କିନ୍ତୁ ଆପଣ ଜାଣନ୍ତି କି, ଏହି ଚଷମା ଗୁଡିକ ଷ୍ଟାଇଲ ପାଇଁ ତ ବହୁତ ଭଲ ହେଲେ ଏହା ଆପଣଙ୍କୁ ଖରାରୁ କେତେ ରକ୍ଷା କରୁଛି ? ସାଧାରଣତଃ ଆମେ ଖରା ଦିନେ, ଖରାରୁ ଆଖିକୁ ରକ୍ଷା କରିବା ପାଇଁ ସନଗ୍ଲାସ ପିନ୍ଧିଥାଉ । କିନ୍ତୁ ରାସ୍ତାକଡର ସନଗ୍ଲାସ……କେତେ ସୁରକ୍ଷିତ?
ତେବେ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ବିଶେଷଜ୍ଞ? ରାସ୍ତା କଡରେ ବିକ୍ରି ହେଉଥିବା ଏହି ସବୁ ଚଷମା ଆମ ଆଖିକୁ ଖରାରୁ ରକ୍ଷା କରିପାରିବ କି? ତେବେ ବିଶେଷଜ୍ଞଙ୍କ କହିବାନୁସାରେ, ରାସ୍ତାପାର୍ଶ୍ୱ ଦୋକାନରେ ବିକ୍ରି ପାଇଁ ଉପଲବ୍ଧ ଶସ୍ତା ଚଷମା ଆଖି ପାଇଁ ଉପଯୁକ୍ତ ନୁହେଁ । ଏହାର ବ୍ୟବହାର ବିରୁଦ୍ଧରେ ଚକ୍ଷୁ ବିଶେଷଜ୍ଞମାନେ ସତର୍କ କରାଇ ଦେଉଛନ୍ତି । ଏହି ଚଷମାଗୁଡ଼ିକ ଆପଣଙ୍କୁ ୟୁଭି ସୁରକ୍ଷା ପ୍ରଦାନ କରେ ନାହିଁ । କିନ୍ତୁ ଏହା ମଧ୍ୟ ଦେଇ ୟୁଭି ରେ ଆପଣଙ୍କ ଆଖି ଉପରେ ପଡିବାରୁ, ଏହା ଆଖିକୁ ଅଧିକ କ୍ଷତି ପହଞ୍ଚାଇ ଥାଏ ।
ରାସ୍ତାକଡରେ ବିକ୍ରି ହେଉଥିବା ସନ୍ଗ୍ଲାସ ଆଖି ପାଇଁ ବହୁ ମାତ୍ରାରେ ଅସୁରକ୍ଷିତ ଅଟେ । ଏହାଦ୍ବାରା ଆଖି ଉପରେ ପ୍ରଭାବ ପଡିବା ସହିତ ଆଖି ମଧ୍ୟ ନଷ୍ଟ ହେବାରେ ଲାଗିଥାଏ । ରାସ୍ତାକଡ଼ରେ ବିକ୍ରି ହେଉଥିବା ସନ୍ଗ୍ଲାସ କେବଳ ଖରାଦିନ ପାଇଁ ଯେତିକି ଉପଯୋଗୀ ଅଟେ ସେତିକି ମଧ୍ୟ ଅସୁରକ୍ଷିତ । ବିଶେଷ ଭାବରେ ଖରା ସମୟରେ ଶସ୍ତା ସନ୍ଗ୍ଲାସ ବ୍ୟବହାର ଦ୍ଵାରା ଅନେକ ପ୍ରଭାବ ପଡିଥାଏ । ଯେପରିକି ଆଖିରୁ ଲୁହ ବାହାରିବା, ମୁଣ୍ଡବିନ୍ଧା ହେବା, ଅଧିକ ସମୟ ଧରି ଚଷମା ବ୍ୟବହାର କଲେ ଦୃଷ୍ଟିଶକ୍ତି କମିଯିବା ସହ ଆଖି ଖେଞ୍ଚି ହେବା ଭଳି ଲକ୍ଷଣ ଦେଖାଯାଇଥାଏ । ଯାହାକୁ ବ୍ୟବହାର କରିବାକୁ ବିଶେଷଜ୍ଞ ମାନେ ସଂପୂର୍ଣ୍ଣ ବାରଣ କରିଛନ୍ତି ।
Comments are closed.