Latest Odisha News

ବରୁଣଙ୍କୁ ଡେଟ୍‌ କରୁଛନ୍ତି କରିସ୍ମା!

ନୂଆଦିଲ୍ଲୀ: ନାଗିନ୍, ବିଗ୍ ବସ୍ ଏବଂ ଖତ୍ରୋକେ କେ ଖିଲାଡି ସହିତ ଅନେକ ହିଟ୍ ସୋ ଏବଂ ମୁଭିରେ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଛନ୍ତି  ଲୋକପ୍ରିୟ ଟିଭି ଅଭିନେତ୍ରୀ କରିସ୍ମା ତନ୍ନା।  ତେବେ ଚର୍ଚ୍ଚା ଜୋର୍‌ ଧରିଛି ଯେ କରିସ୍ମା କାଳେ ବରୁଣ ବଙ୍ଗେରାଙ୍କୁ ଡେଟ୍‌ କରୁଛନ୍ତି। ଏକ ଭାଇରାଲ୍ ଫଟୋକୁ କେନ୍ଦ୍ର କରି ବରୁଣ ଓ କରିସ୍ମା ଡେଟ୍‌ କରୁଥିବା ଗୁଜବ ସାମ୍‌ନାକୁ ଆସିଛି।

କରିସ୍ମାଙ୍କର ଜଣେ ବନ୍ଧୁ ଏହି ଯୋଡିଙ୍କ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଏବଂ ଏହାସହ ସେମାନଙ୍କର ନିର୍ବନ୍ଧ ହୋଇସାରିଥିବା ମଧ୍ୟ କୁହାଯାଉଛି। ତେବେ କରିସ୍ମାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।

Comments are closed.