ନୂଆଦିଲ୍ଲୀ: ଆଜିର ପ୍ରଥମ ଟି-20 ମ୍ୟାଚ୍ ରେ ଭାରତ ପରାସ୍ତ ହୋଇଛି । 7 ଉଇକେଟରେ ଜିତିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି 20 ଓଭରରେ 4 ଉଇକେଟ ହରାଇ 211 ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଖେଳାଳିମାେନ ଟାର୍ଗେଟ ହାସଲ କରିନେଇଛନ୍ତି । ରସି ଭାନ୍ ଡେର୍ ଡୁସେନଙ୍କ 46 ବଲରେ ଦମଦାର 75 ରନ ଭାରତକୁ ହରାଇବରେ ବଡ ଭୂମିକା ଗ୍ରହଣ କରିଥିଲା । କ୍ୱିଣ୍ଟନ୍ ଡି କକ୍ 22 ରନ୍, ଡ୍ୱାଇନ୍ ପ୍ରିଟୋରିୟସ୍ 29 ରନ୍ ,ଡେଭିଡ ମିଲର 64 ରନ କରିଥିବା ବେଳେ ଅଧିନାୟମ ଟେମ୍ବା ବାଭୁମା 10 ରନ୍ କରିଥିଲେ । ଭାରତ ପକ୍ଷରୁ ଇଶାନ କିଶନ ଜୋରଦାର ବ୍ୟାଟିଂ କରି 48ଟି ବଲ ଖେଳି 76 ରନ କରିଥିଲେ ମଧ୍ୟ ତାହା ବେକାର ହୋଇଥିଲା । ଇଶାନ କିଶନ 11ଟି ଚୈାକା ମାରିଥିବା ବେଳେ 3ଟି ଛକା ମାରିଥିଲେ । ଋତୁରାଜ 15ଟି ବଲରେ 23 ରନ କରିଛନ୍ତି । ଶ୍ରେୟସ ଆୟାର 27ଟି ବଲରେ 37 ରନ କରିଛନ୍ତି । ପନ୍ଥ ଏବଂ ହାର୍ଦ୍ଦିକ ମଧ୍ୟ ଜୋରଦାର ବ୍ୟାଟିଂ କରିଥିଲେ । ପନ୍ଥ 16 ବଲରେ 29 ରନ୍ କରିଥିବା ବେଳେ ହାର୍ଦ୍ଦିକ 12 ବଲରେ31 ରନ୍ କରିଥିଲେ । ଏଥିରେ ହାର୍ଦ୍ଦିକ 3ଟି 6 ଏବଂ 2ଟି 4 ମାରିଥିଲେ । କାର୍ତ୍ତିକ 2 ବଲ ଖେଳି 1 ରନ୍ କରିଥିଲେ ।
ଭାରତ ପକ୍ଷରୁ ଆଜି ଇଶାନ କିଶନ, ରୁତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ଋ ଷଭ ପନ୍ତ (କ୍ୟାପଟେନ), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୂବନେଶ୍ୱର କୁମାର, ଯୁଜଭେନ୍ଦ୍ର ଚହଲ ଏବଂ ଆଭେଶ ଖାନ ଖେଳୁଥିଲେ ।
Comments are closed.