ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଝଟକା । ଖେଳିବେନି ଆଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା । ଆହତ କାରଣରୁ ତିନି ଜଣ ବାଦ ପଡ଼ିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇର ଓ୍ୱାଙ୍ଖଡେରେ ଏହି ମ୍ୟାଚ୍ ଆଜିଠୁ ଆରମ୍ଭ ହେଉଛି ।
ପ୍ରଥମ ଟେଷ୍ଟ ବେଳେ ଇଶାନ୍ତ ଶର୍ମାଙ୍କ ବାମ ହାତର କାନି ଆଙ୍ଗୁଠିରେ ଆଘାତ ଲାଗିଥିଲା । ସେହିପରି ରବୀନ୍ଦ୍ର ଜାଡେଜାଙ୍କ ହାତରେ ଆହତ ଯୋଗୁ ସେ ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ । ଅନ୍ୟପଟେ କାନପୁର ଟେଷ୍ଟରେ ଫିଲଡିଂ ବେଳେ ଆହତ ହୋଇଥିଲା ଆଜିଙ୍କ୍ୟ ରାହାଣେ । ସମ୍ପୂର୍ଣ୍ଣ ଫିଟ୍ ହୋଇ ନଥିବାରୁ ଓ୍ୱାଙ୍ଖଡେ ଟେଷ୍ଟରୁ ବାଦ ପଡ଼ିଛନ୍ତି ।
NEWS – Injury updates – New Zealand’s Tour of India
Ishant Sharma, Ajinkya Rahane and Ravindra Jadeja ruled out of the 2nd Test.
More details here – https://t.co/ui9RXK1Vux #INDvNZ pic.twitter.com/qdWDPp0MIz
— BCCI (@BCCI) December 3, 2021
ଓ୍ୱାଙ୍ଖଡେ ଟେଷ୍ଟରେ ଦଳକୁ ଫେରିଛନ୍ତି ଅଧିନାୟକ ବିରାଟ କୋହଲି । ଏବେ ସିରିଜ୍ 0-0ରେ ରହିଛି । କାନପୁର ଟେଷ୍ଟ ଡ୍ର ହୋଇଥିଲା । ଏହି ମ୍ୟାଚ୍ ଜିତି ସିରିଜ କବଜା ଲକ୍ଷ୍ୟରେ ରଖିଛି ଭାରତ ।
Comments are closed.